Advertisment

Villagers Save Deer Calf From Deep Well: ଗଭୀର କୂଅରୁ ହରିଣ ଛୁଆ ଉଦ୍ଧାର, ବନ ବିଭାଗର ପ୍ରଶଂସା

ଖୁଜେଲ ଗ୍ରାମର ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଏକ ଅସହାୟ ହରିଣ ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପ୍ରାୟ ୨୦ ଫୁଟ ଗଭୀର କୂପରେ ହରିଣ ଛୁଆଟି ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ କୂପ ଭିତରୁ ହରିଣର ଆର୍ତ୍ତନାଦ ଶୁଣି ସୁରକ୍ଷିତ ଭାବରେ ଉଦ୍ଧାର କରି ନନ୍ଦପୁର ବନ ବିଭାଗକୁ ଖବର ଦେଇଥିଲେ।

author-image
Pramod Behera
Villagers Save Deer Calf From Deep Well

ଗଭୀର କୂଅରୁ ହରିଣ ଛୁଆ ଉଦ୍ଧାର, ବନ ବିଭାଗର ପ୍ରଶଂସା Photograph: (OTV)

ଖୁଜେଲ ଗ୍ରାମର ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଏକ ଅସହାୟ ହରିଣ ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପ୍ରାୟ ୨୦ ଫୁଟ ଗଭୀର କୂପରେ ହରିଣ ଛୁଆଟି ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ କୂପ ଭିତରୁ ହରିଣର ଆର୍ତ୍ତନାଦ ଶୁଣି ସୁରକ୍ଷିତ ଭାବରେ ଉଦ୍ଧାର କରି ନନ୍ଦପୁର ବନ ବିଭାଗକୁ ଖବର ଦେଇଥିଲେ। 

Advertisment

ଖବର ପାଇ ନନ୍ଦପୁର ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାମାନ୍ୟ ଆହତ ଥିବା ହରିଣ ଛୁଆକୁ ନେଇ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ତା’ର ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାରୁ ଡାକ୍ତରୀ ଚିକିତ୍ସା କରାଯାଇଛି। ସୁସ୍ଥ ହେବାପରେ ସନ୍ଧ୍ୟାରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଖୁଜେଲ ଗ୍ରାମବାସୀଙ୍କ ଏହି ତତ୍ପରତା ଓ ସହଯୋଗ ପ୍ରଶଂସନୀୟ ବୋଲି ବନପାଳ କହିଛନ୍ତି।

Forest Department Human-Animal Bond Wildlife
Advertisment
Advertisment