Advertisment

ଶବ ସତ୍କାର କରିବାକୁ ମନା କରିଦେଲେ ଗାଁ ଲୋକେ, ମୃତ କରୋନା ରୋଗୀଙ୍କୁ ଧରି ଫେରିଲା ପ୍ରଶାସନ

ଉଦଳା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛି। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ…

author-image
Chandan Shishu
ଶବ ସତ୍କାର କରିବାକୁ ମନା କରିଦେଲେ ଗାଁ ଲୋକେ, ମୃତ କରୋନା ରୋଗୀଙ୍କୁ ଧରି ଫେରିଲା ପ୍ରଶାସନ

Covid_cremation_Bengaluru_220720_PTI_1200

ଉଦଳା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛି। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ଗୋଡ ଆଡେଇ ଚାଲିଯାଉଛି।  ବୋଧହୁଏ ଭୂତାଣୁ ଠାରୁ ଏହା ଅଧିକ ଭୟଙ୍କର କୁହାଯାଇପାର। କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଆହୁରି ଭୟଙ୍କର ହେବାରେ ଲାଗିଛିା ଆଉ ଶବ ଦେଖିବା ମାତ୍ର ଦୁରେଇଯିବା ଘଟଣା ଏହି ଭୟକୁ ଆହୁର ଦ୍ୱିଗୁଣିତ କରିଛି। ପାଖରେ ଜନବସତି ଥିବାରୁ ଶବ ସତ୍କାର କରିବାକୁ ଦେଲେନି ଗାଁ ଲୋକେ। ଶେଷରେ କୋଭିଡ୍ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ମୃତଦେହ ଧରି ଫେରିଲା ପ୍ରଶାସନ। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

Advertisment

କପ୍ତିପଦା ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ସୋନ ବ୍ରିଜ୍ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇଥିଲା ପ୍ରଶାସନ। ଏହି ଖବର ଜାଣିବା ପରେ ଗାଁ ଲୋକେ ସୋନ ବ୍ରିଜ୍ ନିକଟରେ ରାସ୍ତାରୋକ କରିଥିଲେ। ଯାହାଫଳରେ ମୃତଦେହ ଧରି ଯାଇଥିବା ଗାଡ଼ି ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ରଖିଥିଲେ। ଉକ୍ତ କାଜୁ ଜଙ୍ଗଲଟି ଜନବସତି ଅଞ୍ଚଳରେ ଥିବାରୁ ଏଠାରେ ଶବ ସତ୍କାର କରାନଯାଉ ବୋଲି ଗାଁ ଲୋକେ ଦାବି କରିଥିଲେ।

ରାସ୍ତାରୋକ ନେଇ ଖବର ପାଇ ତହସିଲଦାର ସମରଜିତ କର ଓ ବିଡିଓ ସତ୍ୟନାଥ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକେ ନିଜ ଜିଦରେ ଅଟଳ ରହିଥିଲେ। କାଜୁ ଜଙ୍ଗଲରେ ଶବ ସତ୍କାର କରିବାକୁ ଦେବୁ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଶେଷରେ ମୃତକଙ୍କୁ ଧରି ଫେରିଥିଲା ପ୍ରଶାସନ। ପରେ ଅନ୍ୟ ଏକ ଶ୍ମଶାନ୍ରେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ସତ୍କାର କରାଯାଇଥିବା ଜଣାପଡ଼ିଛି।

Advertisment
Advertisment
Advertisment