/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1621081191.jpg)
deadbody
ଆସିକା (ମନୋଜ ମୁନୀ): ମହାମାରୀର ଭୟ ଏତେ ଯେ, ଶବ ଦେଖିଲେ ନିଜ ସମ୍ପର୍କୀୟ ବି ୨ କୋଷ ଦୂରକୁ ଘୁଞ୍ଚିଯାଉଛନ୍ତି । କରୋନା ସନ୍ଦେହରେ ଗାଁ ଲୋକେ ମା ଓ ଝିଅଙ୍କ କଲେନି ଶବସତ୍କାର । ଏପରିକି ମୃତଦେହ ଉଠାଇବାକୁ ସାହି ଭାଇ ବି ଆସିଲେ ନାହିଁ । ରାତି ସାରା ସେମିତି ପଡ଼ି ରହିଲା ମୃତଦେହ। ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ହେଲା ଶବ ସତ୍କାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ ।
ଶୁକ୍ରବାର ରାତିରେ ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁର ତମାଳ ପଣ୍ଡା(୭୦)ଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ସଂସ୍କାର ପାଇଁ ସାହି-ଭାଇ କେହି ଆସିଲେ ନାହିଁ। ରାତି ସାରା ସେମିତି ପଡ଼ି ରହିଲା ମୃତଦେହ। ଦୁର୍ଭାଗ୍ୟକୁ ଶନିବାର ସକାଳେ ତମାଳଙ୍କ ଘରେ ରହୁଥିବା ବିବାହିତ ଝିଅ ନଳିନୀ କୁମାରୀ ଆଚାର୍ଯ୍ୟ(୩୮)ଙ୍କ ମୃତ୍ୟୁ ଘଟିଥିଲା। ମାଆ-ଝିଅଙ୍କ ମୃତଦେହ ସତ୍କାର ପାଇଁ ପରିବାର ଲୋକେ ପୁଣି ଥରେ ସାହି-ଭାଇଙ୍କୁ ଡାକି ଥିଲେ। ମାତ୍ର କରୋନା ଭୟରେ କେହି ଆସିବାକୁ ମନା କରିଦେଇଥିଲେ। ଯାହାକୁ ନେଇ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ।
ମୃତକଙ୍କ ପରିବାର ଲୋକେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ଖବର ପାଇ ଗାଁରେ ପହଞ୍ଚିଥିଲେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡକ୍ଟର ଶ୍ରୀନିବାସ ବେହେରା ଓ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଧର୍ମରାୟପୁର। ଏମାନେ ସମସ୍ତେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର କେହି ରାଜି ହୋଇନଥିଲେ। ପରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏରେଣ୍ଡ୍ର। ଗାଁର ଦୁଇ ସ୍ୱେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଲୁ ଜେନା ଓ ମୃତ ତମାଳଙ୍କ ପୁଅ ଏବଂ ଜ୍ୱାଇ ପିପିଇ କିଟ୍ ପିନ୍ଧି ମାଆ-ଝିଅଙ୍କ ମୃତଦେହକୁ ସତ୍କାର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)