/odishatv-khabar/media/post_attachments/uploadimage/library/16_9/16_9_0/black-magic_1625122637.jpg)
black magic
ବ୍ରହ୍ମପୁର: ବିଜ୍ଞାନ ଯୁଗରେ ପୁଣି ଏତେ ଅନ୍ଧବିଶ୍ୱାସୀ ହୋଇପାରେ ମଣିଷ ! ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗଂଜାମ ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ଗତ ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ଭିଜୁଆଲ ଭାଇରାଲ ହୋଇଛି ।
ଗୁଣିଆ ସଂଦେହରେ ୩ ଜଣ ବ୍ୟକ୍ତିଙ୍କୁ ଅତି ବର୍ବରତାର ସହ ମାଡ଼ ମରାଯାଉଛି। ଆଖି ବନ୍ଦ କରିଦେବା ପରି ସେ ଦୃଶ୍ୟ। ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରୁଥିବାର ସେ ଦୃଶ୍ୟ ଦେଖିଲେ ହୃଦୟ ଥରିଯିବ । ୧୯ ତାରିଖ ଦିନ ଗାଁ ଲୋକ ସଂଘବଦ୍ଧ ହୋଇ ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଏହାପରେ ନ୍.ଭେଙ୍କଟରମଣ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ଏକ ଚିମୁଟା ଦ୍ୱାରା ନିଜ ଦାନ୍ତ ଭାଙ୍ଗିବାକୁ କୁହାଯାଇଥିଲା । ସେ ନିଜେ ଦାନ୍ତ ଭାଙ୍ଗି ନପାରିବାରୁ ଅନ୍ୟଜଣଙ୍କ ଦ୍ୱାରା ଭେଙ୍କଟର ମଣଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ।
ଗ୍ରାମବାସୀ ଏହାପରେ ତାଙ୍କୁ ବିଷ୍ଠା ଖାଇବାକୁ ବାଧ୍ୟ କରିଥିଲା। ଏହାସହ ଭେଙ୍କଟରମଣଙ୍କ ସହ ଥିବା ଅନ୍ୟ ଦୁଇଜଣ ଭୀମରାଜୁ ରେଡ୍ଡି ଓ ପି.ଧବଳେଶ୍ୱରଙ୍କୁ ମଧ୍ୟ ଅତ୍ୟନ୍ତ ବର୍ବରତାର ସହ ମାଡ଼ ମାରିଥିଲେ । ଭାଇରାଲ ଭିଡିଓରେ ଥିବା ବର୍ବରକାଣ୍ଡର ଦୃଶ୍ୟ ଛାତିଥରାଇ ଦେବା ଭଳି। ସେତିକି ନୁହେଁ, ତିନି ଜଣଙ୍କୁ ଗ୍ରାମବାସୀ ମାଡ଼ ମାରିବା ସହ ଏନ୍. ଭେଙ୍କଟରମଣଙ୍କୁ ଘଟଣା ସ୍ଥଳରେ ହିଁ ହତ୍ୟା କରିଥିଲେ ।
ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି । ଭେଙ୍କଟରମଣଙ୍କ ହତ୍ୟା ଓ ଅନ୍ୟ ଦୁଇ ଜଣଙ୍କୁ ବର୍ବର ଆକ୍ରମଣ ବେଳେ ଶତାଧିକ ଲୋକ ଉପସ୍ଥିତ ଥିବା ଭିଡିଓରେ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)