Advertisment

ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ  । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ…

author-image
Chandan Shishu
ଅଦ୍ୟତନ ହୋଇଛି
ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ

183509349_931140121056638_8731273384502048061_n

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ  । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ ଶବଦାହ। ଗଞ୍ଜାମ ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ।

Advertisment

ଭଞ୍ଜନଗର ବ୍ଲକମୁଜାଗଡ଼ ଗାଁର ଶଶୀ ପ୍ରଧାନ ଘରେ ଏକୁଟିଆ ରୁହନ୍ତି। ତିନିଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ନଛାଡ଼ିବାରୁ ସେ ଭଞ୍ଜନଗର କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଥିବାରୁ ମେଡିକାଲ୍‌ କର୍ମଚାରୀମାନେ ତାଙ୍କର ମୃତଦେହକୁ ମହାପ୍ରୟାଣ ଗାଡ଼ିରେ ନେଇ ଘରେ ରଖି ପଳାଇ ଆସିଥିଲେ। ଶଶୀ ପ୍ରଧାନଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବଦାହ କରିବାକୁ ସାହି ପଡୋଶୀ କେହି ଆସିନଥିଲେ। ଦୀର୍ଘ ସମୟ ଧରି ପଡ଼ି ରହିଥିଲା ମୃତଦେହ।

publive-imageଖବର ପାଇ ଜୁମାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନ ମୃତ ଶଶୀଙ୍କ ଘରେ ପହଞ୍ଚିଥିଲେ। ମୃତଦେହ ସଂସ୍କାର କରିବା ପାଇଁ ସାହି ପଡ଼ିଶାଙ୍କୁ ଡାକି ଥିଲେ। ମାତ୍ର କେହି ଆସିବାକୁ ରାଜି ହୋଇନଥିଲେ। ଶେଷରେ ସରପଞ୍ଚ ଶିବଶଙ୍କର ଓ ତାଙ୍କ ସହଯୋଗୀ ପିପିଇ କିଟ୍‌ ପିନ୍ଧି ମୃତଦେହକୁ ଘରୁ ବାହାର କରି ଶ୍ମଶାନ ନେଇ ସତ୍କାର କରିଥିଲେ। ଶେଷକୃତ୍ୟ ସମ୍ପନ୍ନ ହେବା ପରେ ସରପଞ୍ଚ ଘରକୁ ଫେରିଥିଲେ।

Advertisment

ସେହପରି ଗତକାଲି ଗଞ୍ଜାମ ଜିଲ୍ଲାରେ ମାଆ-ଝିଅଙ୍କ ମୃତଦେହ ଉଠାଇବାକୁ ଆସିନଥିଲେ ସାହି ପଡ଼ିଶା। ପ୍ରଶାସନର ହସ୍ତକ୍ଷେପ ପରେ କେତେକ ସ୍ୱେଚ୍ଛାସେବୀମାନେ ଆସି ପିପିଇ କିଟ୍‌ ପିନ୍ଧି ମୃତଦେହ ସଂସ୍କାର କରିଥିଲେ। କରୋନାରେ ମୃତ୍ୟୁ ହୋଇନଥିବା ଜାଣି ମଧ୍ୟ ଲୋକେ ଶବ ସତ୍କାର କରିବାକୁ ନଆସିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ପ୍ରଶାସନ ବିଶେଷ ଧ୍ୟାନ ଦେବା ଦରକାର। ଆବଶ୍ୟକ ପଡ଼ିଲେ କରୋନାକୁ ନେଇ ଲୋକଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ସାଧାରଣରେ ମତପ୍ରକାଶ ପାଉଛି।

Advertisment
Advertisment