Advertisment

ବାକ୍ସରୁ ମିଳିଲା ୪ ବର୍ଷର ଝିଅର ମୃତଦେହ; ଡାଆଣୀ ସନ୍ଦେହରେ ମହିଳାଙ୍କୁ ପିଟିଲେ ଲୋକେ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଗତକାଲି ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାଆଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲି […]

ବାକ୍ସରୁ ମିଳିଲା ୪ ବର୍ଷର ଝିଅର ମୃତଦେହ; ଡାଆଣୀ ସନ୍ଦେହରେ ମହିଳାଙ୍କୁ ପିଟିଲେ ଲୋକେ

childe

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଗତକାଲି ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ ଲୋକେ ଡାଆଣୀ ସନ୍ଦେହ କରୁଛନ୍ତି। ଏପରିକି ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗତକାଲି ଏହି ଅଞ୍ଚଳରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

Advertisment

ଖବର ଅନୁସାରେ, ଘୁମୁଡ଼ା ଗାଁର ଇନ୍ଦ୍ରମଣୀ ସା’ଙ୍କ ୪ ବର୍ଷର ଏକମାତ୍ର ଝିଅ ପୁନମ୍‌ ଗତକାଲି ଅଙ୍ଗନବାଡ଼ି ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ବାପା-ମାଆ ଚାରିଆଡ଼େ ଖୋଜାଖୋଜି କରିଥିଲେ। ମାତ୍ର ଝିଅର ପତ୍ତା ମିଳିନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଗାଁର ଏହି ମହିଳାଙ୍କ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା।

ଗତକାଲି ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୪ଟା ଭିତରେ ଗାଁ ଲୋକ ମହିଳାଙ୍କ ଘରେ ଭିତରେ ପୁନମ୍‌କୁ ଖୋଜିଥିଲେ। ମାତ୍ର ପାଇନଥିଲେ। ତେବେ ଘରୁ ବାହାରିବା ବେଳେ ଏକ କୋଣରେ ଥିବା ବକ୍ସ ଉପରେ ଲୋକଙ୍କର ସନ୍ଦେହ ହୋଇଥିଲା। ସେହି ବାକ୍ସକୁ ଖୋଲିବା ବେଳେ ଭିତରେ ଚେତା ସଜ୍ଞା ହରାଇ ପଡ଼ିଥିଲା ପୁନମ୍‌। ଶରୀର ବିଭିନ୍ନ ସ୍ଥାନରେ କାମୁଡ଼ିବା ଦାଗ ରହିଥିଲା। ଡାହାଣୀଙ୍କ ପରି ତାକୁ କାମୁଡ଼ି ରକ୍ତ ଶୋଶା ଯାଇଥିବା ଗାଁ ଲୋକେ ସନ୍ଦେହ କରୁଥିଲେ।

Advertisment

ତେବେ ପୁନମ୍‌ଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ବାମଡ଼ା ମେଡିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମହିଳାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। କୌଣସି ସୂତ୍ରରୁ ପୁଲିସ ଗାଁରେ ପହଞ୍ଚି ତାକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ