Advertisment

କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ

କରଞ୍ଜିଆ : କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କରିଛନ୍ତି। ଅଟକ ପ୍ରେମୀ ଯୁଗଳଙ୍କୁ ମଧ୍ୟ ରାତିରେ ଉଦ୍ଧାର କଲା ପୁଲିସ୍। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ। ମିଳିଥିବା ସୂଚନା ଅନୁସାରେ, ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ […]

author-image
Pradesh Pratyush
କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ

viral

କରଞ୍ଜିଆ : କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କରିଛନ୍ତି। ଅଟକ ପ୍ରେମୀ ଯୁଗଳଙ୍କୁ ମଧ୍ୟ ରାତିରେ ଉଦ୍ଧାର କଲା ପୁଲିସ୍।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ। ମିଳିଥିବା ସୂଚନା ଅନୁସାରେ, ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ ଯୁବକଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ୨୨ ତାରିଖ ରାତିରେ ପ୍ରେମିକାକୁ ଦେଖା କରିବାକୁ ଯୁବକ ଜଣକ ମାଣ୍ଡୁଆ ଗାଁକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗାଁ ଲୋକେ ଉଭୟଙ୍କୁ ଘେରି ଯାଇଥିଲେ। ଏହାପରେ ଉଭୟ ପ୍ରେମୀଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କରିଥିଲେ ଓ ସେ ସମୟର ଭିଡ଼ିଓ ମଧ୍ୟ ରେକର୍ଡିଂ କରି ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ।

କୌଣସି ସୂତ୍ରରୁ ଖବର ପାଇ ପୁଲିସ ରାତି ୨ଟାବେଳେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ଗତକାଲି ପୀଡ଼ିତା ଯୁବତୀ କରଞ୍ଜିଆ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ୨୧ଜଣଙ୍କ ନାଁରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି। ହଟ୍ଟହଟ୍ଟାର ଶିକାର ପ୍ରେମୀଯୁଗଳ ଉଭୟ ସଂପ୍ରଦାୟର ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖୁଛି।

Advertisment

Advertisment
Advertisment