/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error581_1622218227.jpg)
vlcsnap-error581
ମହାମାରୀ କରୋନା ସହ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର । ଟିକା ପାଇଁ ଉଦ୍ଧିଷ୍ଟ ବୟସ ବର୍ଗର ସବୁ ବ୍ୟକ୍ତି କେମିତି ଟିକା ନେଇପାରିବ ସେଥିପାଇଁ ଅନଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟର ଅନେକ ଅଞ୍ଚଳରେ ଏବେ ଅନଲାଇନ ପଞ୍ଜିକରଣରେ ଦେଖାଦେଇଛି ସମସ୍ୟା । ଆଉ ସମସ୍ୟର ମୁଖ୍ୟ କାରଣ ହେଉଛି ମୋବାଇଲ ନେଟୱାର୍କ । ଅନେକ ସ୍ଥାନରେ ନେଟୱାର୍କ ଆସୁନଥିବାରୁ ଟିକା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ।
/odishatv-khabar/media/post_attachments/wp-content/uploads/2021/05/vlcsnap-error137.png)
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ଗାଁର ଯୁବକ ଗୋଷ୍ଠି ଦଳ ଦଳ ହୋଇ ଗାଁ ମୁଣ୍ଡକୁ ଯାଉଛନ୍ତି । କାରଣ ଗାଁ ଭିତରେ ନେଟୱାର୍କ ଆସୁନି । ଦିନ ରାତି ଏହି ଯୁବକମାନେ ଏଣେ ତେଣେ ବୁଲୁଛନ୍ତି ଖାଲି ନେଟୱାର୍କ ଖୋଜିବା ପାଇଁ, ହେଲେ ନଟୱାର୍କ ଥିଲେ ତ ଆସିବ । ଯୁବକଙ୍କ ପାଖରେ ସ୍କାର୍ଟ ଫୋନ ରହିଛି, ହେଲେ ନେଟୱାର୍କ ନଥିବାରୁ ସେମାନେ ଦ୍ୱିତୀୟ ଡୋଜ ଟିକା ପାଇଁ ପଞ୍ଜତିକରଣ କରିନାରୁ ନାହାନ୍ତି । ଆଉ ପଞ୍ଜିକରଣ ନ କରିପାରିଲେ ଟିକା ନେଇପାରିବେ ନାହିଁ । ରାଜ୍ୟର ଅଧିକାଂଶ ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁ ଟିକା ପାଇବାରୁ ଲୋକେ ବଞ୍ଚିତ ହେଉଥିବା ଦେଖାଯାଇଛି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error137.png)
ସେହିଭଳି ନବରଙ୍ଗପୁର ଉମରକୋଟରେ ମଧ୍ୟ ଅନେକ ଲୋକଙ୍କ ହାତରେ ସ୍ମାର୍ଟ ଫୋନ ଅଛି, ହେଲେ ନେଟୱାର୍କ ନାହିଁ । ତେଣୁ ସେମାନେ କେମିତି ଟିକା ନେବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error094.png)
କେବଳ ଉପାନ୍ତ କାହିଁକି, ରାଜ୍ୟର ଅନେକ ସ୍ଥାନରେ ଏବେ ଟିକାକରଣ ପାଇଁ ପଞ୍ଜିକରଣରେ ବାଧକ ସାଜିଛି ନେଟୱାର୍କ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୁଡିପାଲ୍ଲୀ ଗାଁ ଲୋକଙ୍କ ବି ସମଦଶା । ପ୍ରଥମ ଡୋଜ ପାଇଁ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଟିକା ନେବାକୁ କହିଥିଲେ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଲୋକେ ଟିକେ ନେଇଥିଲେ । ହେଲେ ଦ୍ୱିତୀୟ ଡୋଜ ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ କରାଗଲା । ଯାହା କି ଲୋକଙ୍କୁ ନିରାଶ କରିଛି । କାରଣ ହେଉଛି ନେଟୱାର୍କ ସମସ୍ୟା । ଏପଟେ ରେଢାଖୋଲ ବୁର୍ଡା ପଞ୍ଚାୟତର ୭ ଖଣ୍ଡ ଗାଁର ଲୋକେ ମଧ୍ୟ ସେହି ସମାନ ସମସ୍ୟାର ସାମ୍ନା କରୁଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/vlcsnap-error713.png)
ତେବେ ଏହି ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ନିକଟରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ପାଇଁ ଟିକାକରଣ ଲଗି ଅନସ୍ପଟ ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି । ଏହି ବର୍ଗର ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରି ଟିକାକରଣ କେନ୍ଦ୍ରକୁ ଯାଇ ଡୋଜ୍ ନେଇପାରିବେ । ନେଟୱାର୍କ ଆସୁନଥିବା ଅଞ୍ଚଳର ଲୋକେ ଏବଂ ଇଣ୍ଟରନେଟ ଓ ମୋବାଇଲ ଫୋନର ବ୍ୟବହାର କରିପାରୁନଥିବା ବ୍ୟକ୍ତିଙ୍କୁ ଫାଇଦା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ଟିକା କେନ୍ଦ୍ର ଅଧିକାରୀମାନେ ଅନସ୍ପଟ ପଞ୍ଜୀକରଣ ପାଇଁ ଅନୁମତି ଦେଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସୁବିଧା କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)