Advertisment

ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…

ଅଦ୍ୟତନ ହୋଇଛି
ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି

vigillance

Advertisment

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକରୁ ଆସିଥିବା ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ।

Advertisment

ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ୍ ମାମଲାରେ ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିବା ସହ ଲାଞ୍ଚ ଟଙ୍କାକୁ ଜବତ କରିଛି । ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଜାଣିବା ଲାଗି ଭିଜିଲାନ୍ସ ପକ୍ଷରୁ ଅଧିକ ରେଡ୍ ଜାରି ରହିଛି ।

ସଂପୃକ୍ତ ପବ୍ଲିକ ପ୍ରସିକ୍ୟୁଟରଙ୍କ ଭବାନୀପାଟଣା ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏକ ପୁରୁଣା ମାମଲାରେ ଜଣେ ପୋଲିସ ASIଙ୍କୁ ଖସାଇ ଦେବାକୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

Advertisment
Odisha Vigilance Bhawanipatna Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ