Advertisment

ED Plans Remand to Probe Money Trail: ଖୋଲୁଛି ଗିରଫ ଖଣି ଉପନିର୍ଦ୍ଦେଶକ ଦେବବ୍ରତଙ୍କ ମହାଗୁମର, ଟଙ୍କା ବିଡ଼ାକୁ ପୂଜୁଥିଲେ, ଟଙ୍କା ଗଦା ଉପରେ ଶୋଉଥିଲେ

ଖୋଲୁଛି ଗିରଫ ଖଣି ଉପନିର୍ଦ୍ଦେଶକ ଦେବବ୍ରତଙ୍କ ମହାଗୁମର। ଟଙ୍କା ବିଡ଼ାକୁ ପୂଜୁଥିଲେ, ଟଙ୍କା ଗଦା ଉପରେ ଶୋଉଥିଲେ। ରାଜଧାନୀରେ ଆଲିଶାନ୍ ଫ୍ଲାଟକୁ କ୍ୟାସ୍ ଦେଇ କିଣିବାକୁ ଥିଲା ଯୋଜନା। ଦେବବ୍ରତଙ୍କ ପୋଲ୍ ଖୋଲିବାକୁ ଏଥର ପଶିବ ଇଡି। ଭିଜିଲାନ୍ସ ହାତରେ ଲାଗିଛି ଖଣିବାବୁଙ୍କ ଦୁର୍ନୀତି ସିଣ୍ଡିକେଟ୍।

author-image
Pramod Behera
ED Plans Remand to Probe Money Trail

ଖୋଲୁଛି ଗିରଫ ଖଣି ଉପନିର୍ଦ୍ଦେଶକ ଦେବବ୍ରତଙ୍କ ମହାଗୁମର Photograph: (OTV)

ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ଜିଲ୍ଲା ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି କୁଆଡୁ ଆଣିଲେ 4 କୋଟି 27 ଲକ୍ଷର ନଗଦ କ୍ୟାସ୍। ଘରେ ଟଙ୍କାର ଖଣି କରିଥିବା ଏ ଖଣି ଅଧିକାରୀଙ୍କର ଆଗକୁ ଯୋଜନା କଣ ଥିଲା। କୁହାଯାଉଛି, ଦେବବ୍ରତ ରାଜଧାନୀରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିବାକୁ ଟଙ୍କା ରଖିଥିଲେ। ଏସବୁ କ୍ଥା ଏବେ ସାମନାକୁ ଆସିବା ପରେ ଅଧିକାରୀଙ୍କ ମନି ଟ୍ରେଲର ରହସ୍ୟ ଭେଦିବାକୁ ଆଗକୁ ତାଙ୍କୁ ରିମାଣ୍ଡରେ ନେଇ ଜେରାର ଯୋଜନା କରିଛି ଇଡି। ଆଉ ୟାରି ଭିତରେ ଖଣି ଓ ଖଣିଜ ଦ୍ରବ୍ୟ ସୁରକ୍ଷାରେ ଥିବା ଏ ଅଫିସର କେମିତି, ସିଣ୍ଡିକେଟ୍ କରି ଟଙ୍କା କମାଉଥିଲେ, ତାର ବି ନ୍କସା ଭିଜିଲାନସ ହାତରେ ଲାଗିଥିବା କୁହାଯାଉଛି।

Advertisment

ଖୋଲିବ ଖଣିବାବୁଙ୍କ ଟଙ୍କା ଖଣିର ରହସ୍ୟ। କେଉଁଠୁ ଆଣିଲେ, କେମିତି ଆଣିଲେ ଆଉ କଣ କରିଥାନ୍ତେ ଏତେ ନଗଦ ଟଙ୍କା, ଭିଜିଲାସନ୍ ଖୋଲିବ ରହସ୍ୟ। ଶୁଣାଯାଉଛି ରାଜଧାନୀର ଶହିଦନଗର ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ଆଲିଶାନ ଫ୍ଲାଟ କିଣିବାକୁ ଏତେ ଟଙ୍କା ରଖିଥିଲେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ୫ କୋଟିର ଏହି ଫ୍ଲାଟ ପାଇଁ କୋଟିଏ ଟଙ୍କା ଆଡଭାନ୍ସ ବି ଦେଇସାରିଥିଲେ। ପୁରା ନଗଦ ଟଙ୍କାରେ ଫ୍ଲାଟ୍ କିଣିବାକୁ ଯୋଜନା କରିଥିଲେ ଦୁର୍ନୀତିଖୋର ଦେବବ୍ରତ୍ତ। ଆଉ ତାଙ୍କର ଏ କଳାଟଙ୍କାକୁ ଧଳା କରିବାକୁ ବିଲ୍ଡର ବଢାଇ ଥିଲେ ସହଯୋଗର ହାତ। ଏବେ ଏସବୁ ଦିଗ ଏବେ ସାମନାକୁ ଆସିବା ପରେ ଏହାର ଖୋଳତାଡ଼ କରିବ ଇଡି। ଏତେଟଙ୍କା ଦେବବ୍ରତ ଆଣିଲେ କେଉଁଠୁ, କେଉଁ ଖଣି ମାଲିକ କିମ୍ବା ଟ୍ରାନ୍ସପୋର୍ଟ ମାଲିକ ଦେଇଥିଲେ କି ଏବଂ ଏତେ ଟଙ୍କା ଆଣି ଘରେ କାହିଁକି ରଖିଥିଲେ ଦେବବ୍ରତ, ସେ ନେଇ ଜେରା କରିବ ଇଡି। ଏଥିପାଇଁ ଦେବବ୍ରତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍।

ସେପଟେ ଲାଞ୍ଚ ନେଇ ଗିରଫ ହେବା ପରେ ଖୋଲୁଛି ଦେବବ୍ରତ୍ତଙ୍କ କଳା ଟଙ୍କାର ଖଣି ସହ କଳା କାରନାମାର ଗୋଟି ଗୋଟି ରହସ୍ୟ। କିଛି ଠିକାଦାର କହିଛନ୍ତି, ୫୦ ହଜାରରୁ କମ ଦେଲେ ଧରୁ ନଥିଲେ ଦେବବ୍ରତ। ଆଉ ଲାଞ୍ଚ ନ ଦେଲେ ଫାଇଲ ଆଗକୁ ବଢୁନଥିଲା। ଭିଜିଲାନ୍ସ ହାତରେ ଲାଗିଥିବା ବଡ଼ ସୁରାକରୁ ପ୍ରମାଣ ମିଳିଛି ।ଯେ, ଦେବବ୍ରତ୍ତଙ୍କ ସହ କାମ କରୁଥିଲା ଏକ ବଡ଼ ସିଣ୍ଡିକେଟ୍। ଚୋରା କୋଇଲା ଓ ବାଲି କାରବାର ରାକେଟକୁ ହାତଖୋଲା ସାହାଯ୍ୟ କରୁଥିଲେ ଏହି ଖଣି ଅଧିକାରୀ।

Advertisment

କଟକ ନିର୍ଗୁଣ୍ଡି ଷ୍ଟେସନରେ ବିଭିନ୍ନ ଖଣିରୁ କୋଇଲା ୱାଗନ ଲାଗିବା ପରେ ଖଣି ଅଧିକାରୀଙ୍କ ଅନୁମତି ନିଅନ୍ତି କୋଇଲା ଡିପୋ ମାଲିକ। ମାଇନିଂ ଅଧିକାରୀଙ୍କ ବିନା ଅନୁମତିରେ ୱାଗନରୁ କୋଇଲା ଅନଲୋଡ ହୋଇପାରୁନଥିବାରୁ ଏଇଠୁ ହିଁ ଆରମ୍ଭ ହୁଏ ବାବୁଙ୍କ କଳାଟଙ୍କା ଆଦାୟର ରୁଟ୍। ଡିପୋ ମାଲିକ ଯଦି ଗୋଟିଏ ଦିନ ଭିତରେ ୱଗନରୁ ମାଲ ଅନଲୋଡ ନକରନ୍ତି ତେବେ ରେଳ ବିଭାଗ ଆଦାୟ କରେ ଲକ୍ଷାଧିକ ଟଙ୍କାର ଜୋରିମାନା। ଆଉ ଏହି ବ୍ୟବସ୍ଥାରୁ ଭରପୁର ଫାଇଦା ଉଠାଇଥାନ୍ତି ଅସାଧୁ ମାଇନିଂ ଅଫିସର ଦେବବ୍ରତ ମହାନ୍ତି। ଆଉ ଘରେ ଟଙ୍କାର ପାହାଡ଼ ତିଆରି କରିଥିବା ଦେବବ୍ରତ ଟଙ୍କାକୁ ପୂଜା ବି କରୁଥିଲେ। ଟଙ୍କା ଉପରେ ଶୋଇବାକୁ କୁଆଡେ଼ ବେଶ୍ ଭଲ ପାଉଥିଲେ ଏ ଖଣି ଅଧିକାରୀ। ଅତି ସାଧାରଣ ଜୀବନ ଯାପନ କରି ଟଙ୍କା ଠୁଳ କରିବାରେ ସେ କୁଆଡ଼େ ପାଉଥିଲେ ଚରମ ଶାନ୍ତି।

ତେବେ ଟଙ୍କାଲୋଭୀ ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ ପରେ ଏବେ ଖଣି ବିଭାଗରେ ଛାନିଆ ଅନ୍ୟ ଦୁର୍ନୀତିଖୋର ଅଫିସର। 

Arrested By Vigilance Vigilance Raid Odisha News
Advertisment
Advertisment