Advertisment

ଭିଜିଲାନ୍ସ ଜାଲରେ IFS  ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS  ଅଫିସର। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ଚାଲିଛି। ଏହା ବାଦ୍ ମୁମ୍ବାଇ ଓ ପୁଣେର ୮ଟି ସ୍ଥାନରେ ଏବଂ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ। ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତାହା […]

author-image
Chandan Shishu
ଭିଜିଲାନ୍ସ ଜାଲରେ IFS  ଅଫିସର

vigilance

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS  ଅଫିସର। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ଚାଲିଛି।

Advertisment

ଏହା ବାଦ୍ ମୁମ୍ବାଇ ଓ ପୁଣେର ୮ଟି ସ୍ଥାନରେ ଏବଂ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ। ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତାହା ଜଣାପଡିନାହିଁ।

ସେହିପରି ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜଲାନ୍ସ ରେଡ୍ କରିଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ରଙ୍କ ଆଦର୍ଶପଡ଼ା ଠାରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।

Advertisment

ଏହାସହ ଦେଓଗାଁ ବ୍ଲକ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ ଖୋଳତାଡ଼ କରୁଛି। ସମ୍ବଲପୁର, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଚାଲିଛି ରେଡ୍। ଯନ୍ତ୍ରୀଙ୍କ ଘର, ଜାଗାବାଡ଼ିର କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ଓ ସଂପତ୍ତିର ଆକଳନ କରୁଛି ଭିଜିଲାନ୍ସ।

Advertisment
Advertisment