Advertisment

ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କିରଛନ୍ତି। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପାଠକଙ୍କ ଘରେ […]

ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ୍

death-1-1

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କିରଛନ୍ତି। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପାଠକଙ୍କ ଘରେ ପ୍ରାୟ ଦେଢ଼ଶ ଅଫିସର ରେଡ୍ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ରେଡ୍ କରାଯାଇଥିଲା। ରେଡ୍ କରି ଗିରଫ କରିଥିଲେ ବି ନିର୍ଦ୍ଧାରିତ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦେଇପାରିନଥିଲା। ଏଣୁ ନିୟମ ଅନୁସାରେ କୋର୍ଟ ବାପା ପୁଅଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ତେବେ ଜାମିନ ପାଇଥିଲେ ବି ଏବେ ଜେଲରୁ ମୁକୁଳି ପାରିବେନି ପଠାକ ବାପ,ପୁଅ। ଭିଜିଲାନ୍ସ କେସ୍‌ରୁ ଜାମିନ ମିଳିଥିଲେ ବି କ୍ରାଇମବ୍ରାଞ୍ଚ ମାମଲା ରହିଛି। ତେଣୁ ଜେଲ୍‌ରେ ମୁକୁଳି ପାରିବେ ନାହିଁ।

Advertisment

ଏହା ପୂର୍ବର ଡିସେମ୍ବର ୨୪ ତାରିଖ ପାଠକ ବାପା ଓ ପୁଅଙ୍କ ଜାମିନ ଖାରଜ କରିଥିଲେ କୋର୍ଟ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ ଏଡିଜେ-୩ କୋର୍ଟ।

ଆୟବହିର୍ଭୁତ ମାମଲା ଜଣା ପଡ଼ିବା ପରେ ପାଠକ ଫ୍ୟାମେଲି ଏବଂ ସେମାନଙ୍କର ସହଯୋଗୀଙ୍କୁ ଧରିବା ପାଇଁ ୨୦ ଜଣିଆ SIT ଟିମ୍ ଗଠିନ କରାଯାଇଥିଲା। ୨୦୦୪ରୁ ୨୦୦୭ ଯାଏଁ ବ୍ରହ୍ମପୁର ଡିଏଫ୍ଓ ଭାବେ କାର୍ଯ୍ୟ କରିଥିଲେ ଅଭୟକାନ୍ତ ପାଠକ। ଏଥିପାଇଁ ବ୍ରହ୍ମପୁର ଲିଙ୍କ ନେଇ ମଧ୍ୟ ତଦନ୍ତ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ