Advertisment

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବି। ଏହାସହ ପ୍ରଧାନମନ୍ତ୍ରୀ […]

author-image
Jyotsnamayee Pradhan
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

bijya

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ।

Advertisment

ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜୟ ପାଇଁ କାର୍ଯ୍ୟ କରିବି।

ବିଜୟ ମହାପାତ୍ର ଗତ ବର୍ଷ ନଭେମ୍ବର ୩୦ ତାରିଖରେ  ବିଜେପିରୁ ଇସ୍ତଫା ଦେଇଥିଲେ। ତେବେ ବିଜୟଙ୍କ ଇସ୍ତଫା ଗ୍ରହଣ ହୋଇ ନାହିଁ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା  ସେତେବେଳେ କହିଥିଲେ।

Advertisment

Advertisment
Advertisment