/odishatv-khabar/media/media_files/2025/10/24/vedanta-2025-10-24-10-05-06.jpg)
VEDANTA Photograph: (OTV)
ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ ପ୍ରକଳ୍ପ। ଢେଙ୍କାନାଳରେ ହେବ ଲକ୍ଷେ କୋଟି ଟଙ୍କାର ନିବେଶ। ଉତ୍ପାଦନ ହେବ ୩୦ ଲକ୍ଷ ଟନ୍ ଆଲୁମିନିୟମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ।
ମାସକରେ ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ। ପ୍ରକଳ୍ପ ଦ୍ବାରା ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୩ରୁ ସାଢେ ୩ ବର୍ଷ ମଧ୍ୟ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମାସକ ଭିତରେ ଜମି ପ୍ରଦାନ ସହିତ ସମସ୍ତ କ୍ଲିୟରାନ୍ସ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ବିଶ୍ବର ମେଟାଲ୍ ଭାଲ୍ୟୁ ଚେନରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝରରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବେଦାନ୍ତ। ଏଥିରେ ୨ ହଜାର କୋଟି ଟଙ୍କା ନିବେଶ କରାଯିବ। ସେହିପରି ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରତିଷ୍ଠା କରାଯିବ ୨ଟି ନୂଆ ଆଲୁମିନିୟମ୍ ପାର୍କ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏସବୁ ଶିଳ୍ପ ପ୍ରକଳ୍ପ ଓଡ଼ିଶାର ଉଜ୍ଜଳ ଭବିଷ୍ୟତ ପାଇଁ ଗେମ୍ ଚେଞ୍ଜର ହେବ। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଓଡ଼ିଶାରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଆଶା ପୁଣି ଦୋହରାଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ। ସେ କହିଛନ୍ତି, ସବୁ ରାଜ୍ୟ ମୋ ପଛରେ ପଡ଼ିଛନ୍ତି, କିନ୍ତୁ ମୋ ହୃଦୟରେ ଓଡ଼ିଶା ଅଛି। ପୁରୀରେ ହେବ କି କେଉଁଠି ହେବ ଓଡ଼ିଶା ଲୋକଙ୍କ ଜନମତ ନେବୁ ବୋଲି କହିଛନ୍ତି ଅନୀଲ ଅଗ୍ରୱାଲ। ...
ବେଦାନ୍ତ ନିବେଶ କରିବ ୧ ଲକ୍ଷ କୋଟି
ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ ପ୍ରକଳ୍ପ
ଢେଙ୍କାନାଳରେ ହେବ ଲକ୍ଷେ କୋଟି ଟଙ୍କାର ନିବେଶ
୩୦ ଲକ୍ଷ ଟନ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ
ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ବେଦାନ୍ତ ମୁଖ୍ୟଙ୍କ ସୂଚନା
ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ
ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି
୩ରୁ ସାଢ଼େ ୩ ବର୍ଷରେ ସମ୍ପୂର୍ଣ୍ଣ ହେବ ପ୍ରକଳ୍ପ
ଓଡ଼ିଶାରେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
କେନ୍ଦୁଝରରେ ୨୦୦୦ କୋଟି ଫେରୋ-ଆଲଏଜ୍ ପ୍ଲାଣ୍ଟ କରିବ ବେଦାନ୍ତ
ଓଡ଼ିଶାରେ ୨ଟି ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା କରିବ ବେଦାନ୍ତ
ବେଦାନ୍ତ ବିଶ୍ୱବିଦ୍ୟାଳୟ ଆଶା ପୁଣି ଦୋହରାଇଲେ ଅନୀଲ ଅଗ୍ରୱାଲ୍
Gold and Silver Prices Crash: ସପ୍ତାହକରେ ସୁନା ଦାମ୍ ୭ ହଜାର ଟଙ୍କା ଶସ୍ତା, ରୁପା କିଲୋ ପିଛା ଦର କମିଲାଣି ୩୨ ହଜାର ଟଙ୍କା

Heroic Rescue Gone Wrong: ଛେଳିକୁ ବଞ୍ଚାଇଲେ ରଞ୍ଜିତ, କିନ୍ତୁ ନିଜର ଗୋଟିଏ ହାତ ନେଇଗଲା କୁମ୍ଭୀର

Today Panchang 24th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Defence Acquisition Council Sanction: ବଢ଼ିବ ଭାରତୀୟ ସେନାର ବଳ, ସ୍ଥଳସେନା ପାଇଁ ନାଗ ମିସାଇଲ୍ ସିଷ୍ଟମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)