Advertisment

ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ

ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍‌ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ […]

ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ

collage

Advertisment

ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍‌ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ।

Advertisment

କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ ହୋଇଥିବା ଆବେଦନପତ୍ରର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ସଂଶୋଧନ ପରେ ଅନେକ ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡୁଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ପୁନଃ ବିଜ୍ଞାପନ ଲାଗି ଅନୁମତି ଲୋଡ଼ିଲେ। ସୂଚନା ଥାଉକି ବର୍ତ୍ତମା ପାଇଁ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡ଼ିଛି।

ଏପଟେ ରାଜ୍ୟ କ୍ୟାବିନେଟରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏହି ପ୍ରସଙ୍ଗରେ ବିଜେପି ପ୍ରେସ୍‌ମିଟ କରି କହିଛି ଏହା ତରବରିଆ ଓ ଆବଶ୍ୟକ ବିହୀନ ନିଷ୍ପତ୍ତି ଓ ଅଗଣତାନ୍ତ୍ରିକ। ସିନେଟ ହଟାଇବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସରକାର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରକରଣକୁ ବିରୋଧ କରାଯିବ ବୋଲି ବିଜେପି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ