Advertisment

ବଂଶଧାରା ମାମଲା: ଟ୍ରିବ୍ୟୁନାଲ୍‌ରେ ଆଜି ହେବ ଶୁଣାଣି

ଭୁବନେଶ୍ୱର: ଆଜି ବଂଶଧାରା ନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଏନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜ ନିଜ ପକ୍ଷ ଟ୍ରିବ୍ୟୁନାଲ୍‌କୁ ପ୍ରଦାନ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ୨୮ ଜାନୁଆରୀରେ ବୈଠକ ବସିଥିଲା। ପ୍ରସ୍ତାବିତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏନେଇ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏସବୁକୁ ଅନୁଧ୍ୟାନ କରିବା ପରେ ଟ୍ରିବ୍ୟୁନାଲ୍ ଗ୍ରାଉଣ୍ଡର ସ୍ଥିତି, ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ଆକଳନ ଉପରେ […]

ବଂଶଧାରା ମାମଲା: ଟ୍ରିବ୍ୟୁନାଲ୍‌ରେ ଆଜି ହେବ ଶୁଣାଣି

river

Advertisment

ଭୁବନେଶ୍ୱର: ଆଜି ବଂଶଧାରା ନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଏନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜ ନିଜ ପକ୍ଷ ଟ୍ରିବ୍ୟୁନାଲ୍‌କୁ ପ୍ରଦାନ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ୨୮ ଜାନୁଆରୀରେ ବୈଠକ ବସିଥିଲା। ପ୍ରସ୍ତାବିତ ଅଞ୍ଚଳକୁ ପରିଦର୍ଶନ କରିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏନେଇ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏସବୁକୁ ଅନୁଧ୍ୟାନ କରିବା ପରେ ଟ୍ରିବ୍ୟୁନାଲ୍ ଗ୍ରାଉଣ୍ଡର ସ୍ଥିତି, ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ଆକଳନ ଉପରେ ବିଚାର କରିପାରନ୍ତି।

Advertisment

୨୦୧୭ ମସିହା ସେପ୍ଟେମ୍ବରରେ ବଂଶଧାରା ନଦୀରେ ଆନ୍ଧ୍ରକୁ ନେରେଡ଼ି ଓ କାଟ୍ରାଗଡ଼ା ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ୍ ରାୟ ଶୁଣାଇଥିଲେ। ତେବେ ଏଥିରେ ସ୍ପଷ୍ଟତା ନଥିବା ଦର୍ଶାଇ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସର୍ତ୍ତବଳୀ ଉପରେ ଆପତ୍ତି ଉଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ