/odishatv-khabar/media/post_attachments/uploadimage/library/16_9/16_9_0/delta-plus_1624611563.jpg)
delta plus
ଭୁବନେଶ୍ୱର: ରାଜ୍ୟରେ କରୋନାର ୨ ଲହର ପ୍ରକୋପ କମିନି। ୩ୟ ଲହରର ଆଶଙ୍କା ଚିନ୍ତା ବଢାଇଲାଣି। ବିଶେଷ କରି ଡେଲ୍ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନାର ଥାର୍ଡ ୱେଭ ଆସିବା ପୂର୍ବରୁ ଆଗୁଆ ଜାଣି ହେବ।
ସେ କହିଛନ୍ତି, ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ଆଶା କରୁଛୁ ଥାର୍ଡ ୱେଭ ଆମ ରାଜ୍ୟକୁ କେବେ ଆସିବ ତାହା ଜାଣିହେବ । ଥାର୍ଡ ୱେଭ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ।
ସେ ଆହୁରି କହିଛନ୍ତି, ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେବେଳେ ଅପ୍ ଡାଉନ ହେଉଛି । ବଢିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଏବଂ କେତେ ଜଣ ଗୁରୁତର ହେଉଛନ୍ତି ସେନେଇ ଅନୁଧ୍ୟାନ ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସେପଟେ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି, ନୂଆ ଭାରିଏଣ୍ଟ ଡେଲଟା ପ୍ଲସ କେତେ ବିପଦ ତାହା ବର୍ତ୍ତମାନଠାରୁ କହିବା ମୁସ୍କିଲ। ତେବେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଓ ସତର୍କ ରହିବା ଉପରେ DMET ପରାମର୍ଶ ଦେଇ କହିଛନ୍ତି, ସମସ୍ତ ପ୍ରକାର ଭାଇରସର ମ୍ୟୁଟେସନ ଏକ ନିୟମିତ ପ୍ରକ୍ରିୟା।
ଡେଲ୍ଟା ଭାଇରସ ୨ ମାସରେ ବଢ଼ିଲା। ସେହି ଅନୁସାରେ ଡେଲ୍ଟା ପ୍ଲସ ବଢ଼ିନି। କଣ ହେବ ନ ଜାଣି ଡେଲ୍ଟା ପ୍ଲସ ବଢ଼ିବ ଭାବି ଅଯଥାରେ ଭୟଭୀତ ହେବାନି। ଭାକ୍ସିନ ନେଲେ ଶତ ପ୍ରତିଶତ ସୁରକ୍ଷିତ ନୁହେଁ, ତେବେ ଗୁରୁତର ହେବା କମିଯିବ।
ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି ସିବିକେ ମହାନ୍ତି। ସରକାର ପରାମର୍ଶ ଦେବେ, ୪.୬ କୋଟି ଲୋକଙ୍କୁ ଘରେ ବନ୍ଦ କରି ପାରିବେନି। ୩ୟ ଲହର ଆକଳନ ସ୍ତରରେ ରହିଛି, ନିଶ୍ଚିତ ଭାବେ କେହି କିଛି କହି ନାହାନ୍ତି। ଟିକା ନେଲେ ବୟସ୍କ ସୁରକ୍ଷିତ ରହିବେ । ଏଥିସହିତ ପରୋକ୍ଷରେ ପିଲାମାନେ ସୁରକ୍ଷିତ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)