/odishatv-khabar/media/post_attachments/uploadimage/library/16_9/16_9_0/Capture-13_1623411422.jpg)
bjp
ଯାଜପୁର(ଅଭୟ ପତି): ଟିକାକରଣକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ସୂଚନା ଅନୁସାରେ, ୧୮ ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ କରିଛି ଯାଜପୁର ଜିଲ୍ଲା ବ୍ୟାସନଗର ବିଜେପି। ଜିଲ୍ଲାର କେବଳ ଯାଜପୁର ଟାଉନ ହେଡକ୍ୱାର୍ଟରକୁ ଛାଡିଦେଲେ ଅନ୍ୟାନ୍ୟ ସ୍ଥାନରେ ଟିକାଦାନ କରାଯାଉନଥିବା ପ୍ରତିବାଦରେ ଆଜି ଏକ ବିଜେପି ଟିମ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘଦିନ ହେଲା କେବଳ ଯାଜପୁର ଟାଉନରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଟିକାଦାନ କରାଯାଉଛି।
ଜିଲ୍ଲାର ଅନ୍ୟସ୍ଥାନରେ ଏହି ଟିକାଦାନ ଆଜି ପର୍ଯ୍ୟନ୍ତ କରାଯାଉନଥିବାରୁ ଜିଲ୍ଲାବ୍ୟାପୀ ତୀବ୍ର ସମାଲୋଚନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ରାଜନୈତିକ ପ୍ରଭାବରୁ କେବଳ ହେଡକ୍ୱାର୍ଟରରେ ଟିକାଦାନ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଆଗାମୀ ସପ୍ତାହେ ମଧ୍ୟରେ ଏହି ଟିକାଦାନ ଜିଲ୍ଲାର ଅନ୍ୟ ସ୍ଥାନରେ କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେପି ନେତା।
ତେବେ ଯାଜପୁର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣର ଗ୍ରାଫ୍ ଉପରମୁହାଁ ରହିଛି। ଆଉ ଏହାରି ମଧ୍ୟରେ ଟିକାକୁ ନେଇ ରାଜନୀତି କରାଯାଉଥିବା କାରଣରୁ ବିବାଦ ଦେଖାଦେଇଛି। ସୂଚନା ଅନୁସାରେ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। l ସେହିପରି ୨୪ ଘଣ୍ଟାରେ ୪୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୫୫୭, ଦେବଗଡରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତ୍ସିଂହପୁରରୁ ୧୪୮, ଯାଜପୁରରୁ ୨୯୪, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡାରୁ ୨୩୭, କେନ୍ଦୁଝରରୁ ୧୧୫, ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ତେବେ କିଛି ଦିନ ପୂର୍ବରଉ କରୋନାକୁ ନେଇ କେତେ ସଚେତନ ନଗଡ଼ାବାସୀ ତାହାକୁ ନେଇ ଓଟିଭିରେ ଏକ ସ୍ୱତନ୍ତ୍ର ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ହେଲେ ଆଜି ବିଜେପିର ଅଭିଯୋଗ ସେହି ଟିକାକରଣକୁ ନେଇ ଆସିଛି।ଯଦି ଆଗାମୀ ଦିନରେ ଏହାର ସମାଧାନ ନକରାଯାଏ ତେବେ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ ମଧ୍ୟ କୁହାଯାଇଛି। ତେବେ ଦେଖିବାକୁ ବାକି ରହିଲା କେବେ ଏ ଦିଗରେ ଧ୍ୟାନ ଦେଉଛି ପ୍ରଶାସନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)