/odishatv-khabar/media/post_attachments/uploadimage/library/16_9/16_9_0/ODISHA-BOHU_1624293022.jpg)
ODISHA-BOHU
ଭୁବନେଶ୍ୱର: ଉତ୍ତର ପ୍ରଦେଶ ଗୋରଖପୁରର ଯୁବତୀ ଏବେ ଓଡ଼ିଆ ଘରର ବୋହୂ। ଓଡ଼ିଆ ପୁଅଙ୍କ ପ୍ରେମରେ ପଡିଲେ ଆଉ ଘର ପରିବାରକୁ ପର କରି ନୂଆ ସଂସାର ପାଇଁ ଚାଲି ଆସିଲେ ଭୁବନେଶ୍ୱର। ଏବେ କିନ୍ତୁ ତାଙ୍କୁ ଫେରାଇ ନେବାକୁ ଉତ୍ତର ପ୍ରଦେଶ ପୋଲିସ ପହଞ୍ଚିଛି। କାହିଁକିନା ଏହି ଯୁବତୀଙ୍କ ପରିବାର ଲୋକ ଅପହରଣର ଅଭିଯୋଗ ଆଣିଛନ୍ତି। ଝିଅ ତାଙ୍କର ନାବାଳିକା ଆଉ ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ପରେ ୟୁପି ପୋଲିସ ଏବେ ରାଜଧାନୀରେ। ହେଲେ ଯୁବତୀଙ୍କ ସିଧା କଥା ସେ ସାବାଳିକା ନିଜ ଇଚ୍ଛାରେ ଆସିଛନ୍ତି। ବିବାହ କରିଛନ୍ତି, ଆଉ ଏଠାରେ ହିଁ ରହିବେ। ପରିବାର ଲୋକ ତାଙ୍କ ଉପରେ ମାନସିକ ଚାପ ପକାଉଥିବା ବି ସେ ଅଭିଯୋଗ ଆଣିଛନ୍ତି।
ଅପହରଣ ଅଭିଯୋଗ ପରେ ଯୁବତୀଙ୍କୁ ଫେରାଇ ନେବାକୁ ଆସିଥିବା ୟୁପି ପୋଲିସ ଶେଷରେ ନିରାଶ ହୋଇଛି। ମାମଲା କୋର୍ଟରେ ପହଞ୍ଚିଥିଲା। ଏନେଇ ଆଜି ଭୁବନେଶ୍ୱର କୋର୍ଟରେ ସଂପୃକ୍ତ ଯୁବତୀଙ୍କ ଓ୍ୱାନ୍ ସି ଫୋର୍(୧୬୪) ବୟାନ ରେକର୍ଡ କରାଯାଇଛି। ଯୁବତୀ ଜଣକ ସାବାଳିକା ଓ ନିଜ ଇଚ୍ଛାରେ ଓଡିଶା ଆସିଛନ୍ତି। ଏଠି ବିବାହ କରି ସେ ଖୁସିରେ ଅଛନ୍ତି ବୋଲି କହିଛନ୍ତି।
ଖବର ଅନୁସାରେ, ଭୁବନେଶ୍ୱରର ଯୁବକ ପୃଥ୍ୱୀରାଜ ପଣ୍ଡାଙ୍କ ପ୍ରେମରେ ପଡ଼ିଥିଲେ ୟୁପି ଗୋରଖପୁରର ଆକାଂକ୍ଷା। ପରେ ଦୁହେଁ ଜୀବନ ସାଥୀ ହେବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଆକାଂକ୍ଷା ଘର ଛାଡ଼ିଥିଲେ। ଆଉ ଓଡ଼ିଶା ଆସି ପରିବାର ଗଢ଼ିଥିଲେ। ଏବେ ସେ ନିଜ ଶାଶୁ ଶ୍ୱଶୁରଙ୍କ ସହ ରହିବା ପାଇଁ କୋର୍ଟ ଅନୁମତି ଦେବା ପରେ ସେ ଖୁସି ବ୍ୟକ୍ତି କରିଛନ୍ତି।
ରିପୋର୍ଟ: ଅତୁଲ୍ୟ ବାଉତ ଓ ଆଲୋକ ମହାନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)