Advertisment

Civil Services Result 2019: ରିଜର୍ଭ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଲେ ଓମ‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା

ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି  ତାଲିକାରେ  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି। ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ […]

author-image
Sarbeswar
Civil Services Result 2019:  ରିଜର୍ଭ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଲେ ଓମ‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା

UPSC-

ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି  ତାଲିକାରେ  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି।

Advertisment

ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ ୪  ୨୦୨୦ରେ ପ୍ରକାଶ ପାଇଥିଲା। ମେରିଟ ଲିଷ୍ଟ ଅନୁସାରେ ୮୨୯ ପ୍ରାର୍ଥୀ ଖାଲିଥିବା IAS, IFS, IPS ପଦବୀ ପାଇଁ ଏବଂ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ ‘A’  ଏବଂ ‘B’ ରେ ଖାଲି ଥିବା ପଦବୀ ପାଇଁ ୯୨୭ ଜଣଙ୍କ ନାମ ଅନୁମୋଦନ କରିଥିଲେ।

UPSC ପକ୍ଷରୁ ଗତକାଲି ଜାରି ନୋଟିସରେ କୁହାଯାଇଛି, ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ସୁପାରିଶ ଅନୁସାରେ  ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ଆଧାର ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏମାନଙ୍କ ମଧ୍ୟରେ ସାଧାରଣଙ୍କ ପ୍ରାର୍ଥୀ ୭୩, ଓବିସି୧୪, EWS (ଆର୍ଥିକ ଅନଗ୍ରସର ବର୍ଗ)୧ ଏବଂ ଏସ୍‌ସି ପ୍ରାର୍ଥୀ ୧ ଅଛନ୍ତି। ଜାରି ଲିଷ୍ଟ UPSCର ଅଫିସିଆଲ ୱେବ ସାଇଟ୍‌ upsc.gov.in.ରେ ମିଳିପାରିବ।

Advertisment

ଏହାସହ  0404736, 0835241, 2100323 ଏବଂ 6603686 ରୋଲ ନମ୍ବର ଥିବା ୪ ଜଣ ପ୍ରାର୍ଥୀଙ୍କୁ ସାମୟିକ ଭାବେ ରଖାଯାଇଛି  । ଏହାସହ ଜଣେ ପ୍ରାର୍ଥୀଙ୍କ ଫଳାଫଳକୁ ସ୍ଥଗିତ ରଖାଯାଇଛି |

Government Jobs
Advertisment
Advertisment