/odishatv-khabar/media/post_attachments/uploadimage/library/16_9/16_9_0/main_1625056097.jpg)
main
ସୋର: ଘରେ ପଶି ବାପ-ପୁଅକୁ ଆକ୍ରମଣ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବରୀ ନୂଆପଲ୍ଲୀ ଗ୍ରାମରେ। ଆଜି ରାତିରେ ୯ ଜଣ ଯୁବକ ତିନୋଟି ବାଇକରେ ଆସି ମଧୁସୂଦନ ବେହେରାଙ୍କ ଘରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ। ଖବରରୁ ଜଣାଯାଏ, ଆଜି ରାତି ନଅଟା ସମୟରେ ବରି ନୂଆପଲି ଗ୍ରାମରେ ମଧୁସୂଦନ ବେହେରା ଓ ପୁଅ ଗୋପାଳ କୃଷ୍ଣ ବେହେରାଙ୍କ ସମେତ ଘରେ ଥିବା ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।
Advertisment
ଗୁରୁତର ଅବସ୍ଥାରେ ବାପ ଏବଂ ପୁଅକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)