Advertisment

‘ଅାୟୁଷ୍ମାନ ଭାରତ’କୁ ଅାପଣେଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ବାଲେଶ୍ୱର  : ମୋଦି କେୟାର ‘ଅାୟୁଷ୍ମାନ ଭାରତ’କୁ ଅାପଣେଇବାକୁ ଓଡ଼ିଶାକୁ ଅାହ୍ୱାନ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ବାଲେଶ୍ୱର FM ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ସେ କହିଛନ୍ତି, ଓଡ଼ିଶାକୁ ଛାଡ଼ି ୨୯ ଟି ରାଜ୍ୟ ଅାୟୁଷ୍ମାନ ଭାରତକୁ ଗ୍ରହଣ କରିଛନ୍ତି।  ଓଡ଼ିଶା ଗ୍ରହଣ ନ କଲେ ଯୋଜନା ଅଧୁରା ରହିଯିବ। ଏହା ସହିତ ଓଡ଼ିଶାର ନିଜସ୍ୱ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଏହା […]

author-image
Otv Khabar Bureau
‘ଅାୟୁଷ୍ମାନ ଭାରତ’କୁ ଅାପଣେଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

chobe-up

ବାଲେଶ୍ୱର  : ମୋଦି କେୟାର ‘ଅାୟୁଷ୍ମାନ ଭାରତ’କୁ ଅାପଣେଇବାକୁ ଓଡ଼ିଶାକୁ ଅାହ୍ୱାନ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ। ବାଲେଶ୍ୱର FM ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ଉତ୍ସବରେ ସେ କହିଛନ୍ତି, ଓଡ଼ିଶାକୁ ଛାଡ଼ି ୨୯ ଟି ରାଜ୍ୟ ଅାୟୁଷ୍ମାନ ଭାରତକୁ ଗ୍ରହଣ କରିଛନ୍ତି।  ଓଡ଼ିଶା ଗ୍ରହଣ ନ କଲେ ଯୋଜନା ଅଧୁରା ରହିଯିବ।

Advertisment

ଏହା ସହିତ ଓଡ଼ିଶାର ନିଜସ୍ୱ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଅାହୁରି ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା ଅଛି।  ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ମଧ୍ୟ ହେବ ମେଡିକାଲ କଲେଜ। ଯାଜପୁର ପାଇଁ ରାଜ୍ୟ ସରକାର ୫ ଏକର ଜମି ଯୋଗାଇ ଦେଇଛନ୍ତି । ତେବେ ୨୦ ଏକର ଜମି ଦରକାର ଥିବାରୁ ଶୀଘ୍ର ଜମି ଦେଲେ ପ୍ରସ୍ତାବ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

Advertisment
Advertisment