Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣକୁ ନେଇ ଓଡ଼ିଶା ସରକାର ଲୋକଙ୍କ ମନରେ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାହା ବି କିଛି ଖନନ କି ବିସ୍ଥାପନ କରାଯାଇଛି ତାହା ରାଜ୍ୟ ସରକାର ହିଁ କରିଛନ୍ତି। ଏଥିରେ ASI କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ପୁରୀ ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ସମ୍ପର୍କରେ ଗଣମାଧ୍ୟମକୁ […]

ଶ୍ରୀମନ୍ଦିର ଐତିହ୍ୟ କରିଡ଼ରକୁ ନେଇ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି ଓଡ଼ିଶା ସରକାର: କେନ୍ଦ୍ରମନ୍ତ୍ରୀ

PRAHLAD

Advertisment

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନିର୍ମାଣକୁ ନେଇ ଓଡ଼ିଶା ସରକାର ଲୋକଙ୍କ ମନରେ ବଡ଼ ଭ୍ରମ ସୃଷ୍ଟି କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଯାହା ବି କିଛି ଖନନ କି ବିସ୍ଥାପନ କରାଯାଇଛି ତାହା ରାଜ୍ୟ ସରକାର ହିଁ କରିଛନ୍ତି। ଏଥିରେ ASI କିମ୍ବା ଭାରତ ସରକାରଙ୍କର କୌଣସି ନେଣଦେଣ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ପୁରୀ ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ସଂସ୍କୃତି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ASI ସେ ଅ଼ଞ୍ଚଳରେ କେବଳ ସଂରକ୍ଷଣ କାମ କରୁଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦବେଳେ ଯେଉଁସବୁ ପରିବାର ବିସ୍ଥାପନ ହୋଇଛନ୍ତି ସେମାନଙ୍କ ଥଇଥାନ ଯୋଜନା ସମ୍ପର୍କରେ ଭାରତ ସରକାରଙ୍କୁ କିଛି ବି ଅବଗତ କରାଯାଇନି।

Advertisment

ତେବେ ଯାହାକୁ ଯାହା ପ୍ରତିଶ୍ରୁତି ଦିଆଯାଇଛି, ତାହା ସାର୍ବଜନୀନ ହେବା ଦରକାର ବୋଲି ସଂସ୍କୃତିମନ୍ତ୍ରୀ କହିଛନ୍ତି। ତାସହ ସାରା ଭାରତ ବର୍ଷରେ ASIର ନିୟମ ଅନୁସାରେ କୌଣସି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ଶହେ, ୨ଶହ ଓ ୩ଶହ ମିଟର ପରିଧିକୁ ବିଚାରକୁ ନିଆଯାଏ। ହେଲେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଏକ ଜୀବନ୍ତ ଐତିହ୍ୟସ୍ଥଳ ହୋଇଥିବାରୁ ସଂସ୍କୃତି ମନ୍ତ୍ରାଳୟର ପୂର୍ଣ୍ଣ ପ୍ରତିଶ୍ରୁତି ଅନୁସାରେ ଏହା ଲିଭିଂ ମନ୍ୟୁମେଣ୍ଟ ଭାବରେ ହିଁ ରହିବ।

ତାସହ କୌଣସି ଏତିହ୍ୟ ବାଇ-ଲ ତିଆରି ହେଲେ ତାହା ସମସ୍ତଙ୍କ ସହମତିରେ ପ୍ରସ୍ତୁତ ହୋଇଥାଏ ଓ କେନ୍ଦ୍ର ସରକାର ନିଜ ଆଡୁ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି।  ତେଣୁ ତାଙ୍କ ମତରେ ରାଜ୍ୟ ସରକାରଙ୍କ ଅଧିକାରୀ ଏହାକୁ ସହଜରେ ବୁଝି ପାରୁଥିବେ ଓ ଏହା ଉପରେ ସେମାନଙ୍କୁ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Advertisment

କେବଳ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରତ୍ୟାହୃତ ହୋଇଛି NMAର ପ୍ରସ୍ତାବିତ ବାଇ-ଲ ଅନ୍ୟ ମନ୍ଦିର ପାଇଁ ନୁହେଁ ଅର୍ଥାତ୍ ଏକାମ୍ର କ୍ଷେତ୍ରର ଅନ୍ୟତମ ଦୁଇ ପୁରାତନ ମନ୍ଦିର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପୂର୍ବଭଳି କାଏମ୍ ରହିବ। ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ଚିଠା ଅଧିନିୟମ ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖିବା ଅବସରରେ ଆଜି ଏହା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସ୍ପଷ୍ଟ କରିଛନ୍ତି। ତାସହ ଏକାମ୍ର କ୍ଷେତ୍ରରେ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପରିବର୍ତ୍ତେ ରାଜ୍ୟ ସରକାର ସେଠି ଜେସିବି ମେସିନ୍ ଲଗାଇ ଖନନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସଂସ୍କୃତି ମନ୍ତ୍ରୀ କହିଛନ୍ତି- ନବମ ଓ ଦଶମ ଶତାବ୍ଦୀର ପୁରାତନ କୀର୍ତ୍ତିରାଜି ସ୍ଥଳକୁ ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ନାଁରେ ଯେଉଁଭଳି ଖନନ କରୁଛନ୍ତି ତାହା ପ୍ରତ୍ନତତ୍ତ୍ୱ ବିଭାଗ ପାଇଁ ବଡ଼ ଚିନ୍ତାର ବିଷୟ। ଏଏସ୍ଆଇର ଏକ ଉଚ୍ଚସ୍ତରୀୟ ଟିମ୍ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେଇଛି। ତାର ଅନୁଧ୍ୟାନ ପରେ କୌଣସି ନିଷ୍ପତ୍ତି ନିଆଯିବ। ତାସହ ଆହୁରି ମଧ୍ୟ କହିଛନ୍ତି- ଶୁକସାରୀ ମନ୍ଦିର ଚାରିପାଖରେ ଯାହା ଖୋଳାଯାଇଛି, ତାହା ରାଜ୍ୟ ସରକାର କରିଛନ୍ତି। ତେଣୁ ଏଏସଆଇ ନାଁରେ ରାଜ୍ୟ ସରକାର ଭ୍ରମିତ ନକରନ୍ତୁ ବୋଲି କେନ୍ଦ୍ର ସଂସ୍କୃତିମନ୍ତ୍ରୀ କହିଛନ୍ତି।

Advertisment
Jagannath Temple Puri Srimandir By-law
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ