/odishatv-khabar/media/post_attachments/uploadimage/library/16_9/16_9_0/2-7_1626849027.jpg)
2
ଭୁବନେଶ୍ୱର: ବାତ୍ୟାରେ ରେଳ ବିଭାଗ କ୍ଷୟକ୍ଷତି ତଥା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୋର୍ଦ୍ଧାରୋଡ ରେଳବାଇର ଡିଭିଜନର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ ଜୋନ୍ରେ କ୍ଷତି ହୋଇଛି। ପୁରୀରୁ ବିଭିନ୍ନ ଆଡ଼କୁ ଏବେ ୧୨ ପେୟାର ଟ୍ରେନ୍ ଚଳାଚଳ କରୁଛି । ୧୨ ତାରିଖ ସୁଦ୍ଧା ୧୮ ପେୟାର ଟ୍ରେନ୍ ଚଳାଚଳ କରିବ ବୋଲି ସମୀକ୍ଷା ପରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ହାଓ୍ୱଡ଼ା-ଚେନ୍ନାଇ ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ପୁରୀ ଯାଏଁ ସବୁ ଷ୍ଟେସନ୍ରେ ଖୁବ୍ଶିଘ୍ର ବିଦ୍ୟୁତ୍, ପିଇବା ପାଣି ବ୍ୟବସ୍ଥା ହେବ। ଆଗାମୀ ରଥଯତ୍ରା ପାଇଁ ରେଲେୱେ ଅଧିକ ପ୍ରସ୍ତୁତ ରହିବ । ପୁରୀ ଓ ଭୁବନେଶ୍ୱରରେ ସମସ୍ତ ପେଟ୍ରୋଲ ପମ୍ପ କାର୍ଯ୍ୟକ୍ଷମ ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପୁରୀରେ ୫୨ଟି ପେଟ୍ରୋଲ୍ ପମ୍ପ ମଧ୍ୟରୁ ୨୯ଟି କ୍ଷତିଗ୍ରସ୍ତ ହୋଇଛି ଓ ୨୩ଟି କାର୍ଯ୍ୟକ୍ଷମ ଅଛି । ପୁରୀରେ ୬ଟି ବଡ଼ ଟ୍ୟାଙ୍କର ଯୋଗେ ଡିଜେଲ ଯୋଗାଣ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଖୋଲା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)