pg-exam
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର UG/PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। UG ପରୀକ୍ଷା ଅଫ୍ଲାଇନ୍ରେ ମଲ୍ଟିପଲ୍ ଚଏସ୍(OMR) ଦ୍ୱାରା ହେବାକୁ ଥିବା ବେଳେ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅନ୍ଲାଇନ୍ରେ ହେବ। ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। UG ପରୀକ୍ଷା ୯ ଜିଲ୍ଲାର ୨୭୮ କଲେଜ୍ରେ ହେବ। ଏଥର ୫୦,୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ସେହିଭଳି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନ୍ଲାଇନ୍ରେ UG/PG ପରୀକ୍ଷା ହେବ। UG/PG ଫାଇନାଲ୍ ସେମିଷ୍ଟର(ରେଗୁଲାର/ବ୍ୟାକ୍) ପରୀକ୍ଷା କରାଯିବ। ଆସନ୍ତା ୧୫ରୁ ୩୦ ମଧ୍ୟରେ ଅନ୍ଲାଇନ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ତେବେ ପରୀକ୍ଷା ସୂଚୀ ଖୁବ୍ଶୀଘ୍ର ଅପଲୋଡ୍ ହେବା ନେଇ ପରୀକ୍ଷା କଣ୍ଟ୍ରୋଲର ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pg-exam_1625367978.jpg)