Advertisment

ବନ୍ୟା ଜଳରେ ଭାସି ଯାଉଥିଲେ ଦୁଇ ଯୁବକ, ଆଉ ତା'ପରେ…

ମୟୂରଭଞ୍ଜ: ଗାଧୋଇବା ବେଳେ ବଢ଼ନ୍ତା ନଦୀରେ ଭାସିଯାଇ ପୁଣି ଜୀବନ ବଞ୍ଚାଇବାରେ ସଫଳ ହେଲେ ଦୁଇ ଯୁବକ। ମୟୂରଭଞ୍ଜ ବାଙ୍ଗିରିପୋଷି କଲେଜ ଗେଟ୍ ସାମ୍ନା ବୁଢ଼ାବଳଙ୍ଗ ନଦୀରେ ଆଜି ସକାଳେ ୨ ଜଣ ଯୁବକ ଗାଧୋଉଥିବା ବେଳେ ହଠାତ୍ ପାଣି ବଢିଯିବାରୁ ୨ ଜଣ ନଦୀ ଗର୍ଭକୁ ଭାସି ଯାଇଥିଲେ। ତେବେ ସୌଭାଗ୍ୟବସତଃ ନଦୀ ମଝିରେ ଥିବା ଏକ ଟାପକୁ ଚଢ଼ି ଯାଇଥିଲେ ଦୁଇ ଯୁବକ। ଏମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ବନ୍ୟା ଜଳରେ ଭାସି ଯାଉଥିଲେ ଦୁଇ ଯୁବକ, ଆଉ ତା'ପରେ…

boys

ମୟୂରଭଞ୍ଜ: ଗାଧୋଇବା ବେଳେ ବଢ଼ନ୍ତା ନଦୀରେ ଭାସିଯାଇ ପୁଣି ଜୀବନ ବଞ୍ଚାଇବାରେ ସଫଳ ହେଲେ ଦୁଇ ଯୁବକ। ମୟୂରଭଞ୍ଜ ବାଙ୍ଗିରିପୋଷି କଲେଜ ଗେଟ୍ ସାମ୍ନା ବୁଢ଼ାବଳଙ୍ଗ ନଦୀରେ ଆଜି ସକାଳେ ୨ ଜଣ ଯୁବକ ଗାଧୋଉଥିବା ବେଳେ ହଠାତ୍ ପାଣି ବଢିଯିବାରୁ ୨ ଜଣ ନଦୀ ଗର୍ଭକୁ ଭାସି ଯାଇଥିଲେ।

Advertisment

ତେବେ ସୌଭାଗ୍ୟବସତଃ ନଦୀ ମଝିରେ ଥିବା ଏକ ଟାପକୁ ଚଢ଼ି ଯାଇଥିଲେ ଦୁଇ ଯୁବକ। ଏମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତେବେ ନଦୀରେ ପାଣି ବଢ଼ିବାରୁ ଦୁଇ ଯୁବକ ପୁଣି ପହଁରି ପହଁରି କୂଳକୁ ଚାଲି ଆସିବାରେ ସଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ଯୁବକ ଦୁଇଜଣ ସୁରକ୍ଷିତ ଭାବେ କୂଳରେ ପହଞ୍ଚି ସାରିଥିଲେ।

Advertisment
Advertisment