/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error053_1625494122.jpg)
vlcsnap-error053
ଦୁଇ ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରେସ୍ ବିଜ୍ଞପ୍ତିରେ ଏହା କହିଛି ତେଲେଙ୍ଗାନା ରାଷ୍ଟ୍ରୀୟ ମାଓ ଦଳ । ଏସଂପର୍କରେ ଆଗରୁ ମଧ୍ୟ ସୂଚନା ଦେଇଥିଲେ ଛତିଶଗଡ଼ ବସ୍ତର ରେଞ୍ଜର ଆଇଜି ପି. ସୁନ୍ଦରରାଜ ।
ସେ କହିଥିଲେ, ଜୁନ୍ ୨୧ ତାରିଖରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନାଁରେ ପୋଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲେ । ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲେ । ତାଙ୍କ ନାଁରେ ବହୁ ମାମଲା ଥିଲା । ସେହିପରି ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଥିବା କୁହାଯାଇଛି । ଉଭୟଙ୍କ ଅନ୍ତିମ ସଂସ୍କାର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error928.png)
ଅନ୍ୟପଟେ କରୋନାରେ ପୀଡ଼ିତ ହୋଇଥିବାରୁ ପୋଲିସ୍ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓନେତା । ୪୦୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି ଦୁଇ ଜଣ ମାଓବାଦୀ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର୍ ଓ ମହିଳା ମାଓବାଦୀ ଲକ୍ଷ୍ମୀ, ଆତ୍ମସମର୍ପଣ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error210.png)
ଛତିଶଗଡ଼ର କବୀରଧାମ ଏସ୍ପି ଶାଲାବ ସିହ୍ନାଙ୍କ ନିକଟରେ ସେମାନେ ସରେଣ୍ଡର କରିଛନ୍ତି । ୧୦ ଲକ୍ଷ ଟଙ୍କା, ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ, ଏମାନେ ପୋଲିସ୍ ପାଖରେ ହସ୍ତାନ୍ତର କରିଛନ୍ତି । ଏହି ଦୁଇ ଜଣ ମାଓନେତା ଛତିଶଗଡ ଓ ମଧ୍ୟପ୍ରଦେଶ ସୀମାରେ ବହୁ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଦିବାକର ନାମରେ ଛତିଶଗଡ ପୋଲିସ ୮ ଲକ୍ଷ ଓ ମଧ୍ୟପ୍ରଦେଶ ପୋଲିସ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)