/odishatv-khabar/media/post_attachments/uploadimage/library/16_9/16_9_0/bls-11_1626759653.jpg)
bls
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ଦୁଇ ଟାଣୁଆ ନେତା ବିଜେଡି ଛାଡ଼ିଛନ୍ତି। ରେମୁଣାର ଦୀପକ ମଲ୍ଲିକ ଓ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଯଯାତି ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି।
Advertisment
୨୦ ବର୍ଷ ଧରି ଦଳରେ ଥିବା ଯଯାତି ବିଜେଡି ଛାଡ଼ିଛନ୍ତି। ବିଜୁ ଜନତା ଦଳ ନୀତି ଆଦର୍ଶରୁ ଦୂରେଇ ଯାଇଥିବା ସେ କହିଛନ୍ତି। ବିଜୁ ଜନତାଦଳ ଚିଟଫଣ୍ଡ୍ ଓ ଜମି ମାଫିଆଙ୍କ ଦଳରେ ପରିଣତ ହୋଇଛି। ସାଂସଦ ନିଜେ ଚିଟଫଣ୍ଡରେ ଛନ୍ଦି ହୋଇଥିବା ବେଳେ ତାଙ୍କୁ ଦଳ ଟିକେଟ୍ ଦେଇଛି।
ସେହିପରି ଅନ୍ୟ ଯେଁଉମାନେ ଦଳକୁ ଆସୁଛନ୍ତି ସେମାନେ ଚିଟଫଣ୍ଡ କେଳେଙ୍କାରୀ କିମ୍ବା ଜମି ମାଫିଆରେ ସାମିଲ ରହିଛନ୍ତି। ସେମାନଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଜେଡି କର୍ମୀଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉ ନଥିବା ସେ କହିଛନ୍ତି। ତେବେ ସେ ବିଜେଡି ଛାଡ଼ିବା ପରେ ବିଜେପିରେ ସାମିଲ ହେବାକୁ ମନ ସ୍ଥିର କରିଥିବା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)