/odishatv-khabar/media/media_files/2026/01/24/two-robbers-arrested-2026-01-24-20-49-00.jpg)
୨ ଡକାୟତ ଗିରଫ, ୨୮୮ ଗ୍ରାମ ସୁନା, ୨ ସ୍କର୍ପିଓ, ୪ ମୋବାଇଲ ଜବତ Photograph: (OTV)
ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ଝାଡ଼ଖଣ୍ଡ ଧାନବାଦରୁ ୨ ଡ଼କାୟତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ। ସେମାନଙ୍କ ଠାରୁ ୨୮୮ ଗ୍ରାମ ଓଜନର ସୁନା, ୨ଟି ସ୍କର୍ପିଓ ଗାଡ଼ି, ୪ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଧାନବାଦ ପୋଲିସ ଓ କେନ୍ଦୁଝର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଧାନବାଦ ଥାନାର ନିରସା ଓ ସିନ୍ଦରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଛାନିଭିନ୍ କରି ୨ଜଣ ଡ଼କାୟତଙ୍କୁ ଗିରଫ କରାଯାଇଛି |
Advertisment
ଏହି ମାମଲାରେ ଏବେବି ତଦନ୍ତ ଜାରି ରହିଛ। ଗତ ୧୯ ତାରିଖରେ ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୬କେଜି ଓଜନର ୫କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୮ଲକ୍ଷ ନଗଦ ଟଙ୍କା ଲୁଟି ୩ଟି ବାଇକ୍ ରେ ଫେରାର୍ ହୋଇ ଯାଇଥିଲେ ୬ଜଣ ମୁଖାପିନ୍ଧା ଡକାୟତ। ଗିରଫ ୨ଜଣ ହେଲେ ଧାନବାଦର ରାଜା କୁମାର ସିଂହ ଓ କୁନାଲ୍ ରାଜ ବର୍ମା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)