Advertisment

ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଅଡ଼ୁଆରେ ପ୍ରଧାନଶିକ୍ଷକ

ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍‌ର ବିଦ୍ୟାଧର ସେଠୀ। ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ […]

author-image
Otv Khabar Bureau
ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଅଡ଼ୁଆରେ ପ୍ରଧାନଶିକ୍ଷକ

odisha

ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍‌ର ବିଦ୍ୟାଧର ସେଠୀ।

Advertisment

ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି।

ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ବିଇଓ। ସିଆରସିସି ଉଭୟ ସ୍କୁଲ୍‌କୁ ଯାଇ ତଦନ୍ତ କରିଥିଲେ। ଏହି ଘଟଣାରେ ଉଭୟ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ ଲିଖିତ ଜବାବ ମଗାଯିବ ବୋଲି ଜଣାପଡ଼ିଛି। ଫୋନ୍‌ରେ ଯୋଗାଯୋଗ କରାଯିବାରୁ ସହାଡ଼ାକୋଲି ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଭୁଲ୍‌ ସ୍ୱୀକାର କରିଛନ୍ତି।

Advertisment

Advertisment
Advertisment