Advertisment

କର୍ମକ୍ଷେତ୍ରରେ ଚାପ ବଢ଼ାଉଛି କି ଆତ୍ମହତ୍ୟା ପ୍ରବଣତା ?

ଭୁବନେଶ୍ୱର  : କର୍ମକ୍ଷେତ୍ରରେ ଚାପ ନେଉଛି କି ଜୀବନ? ଦୁଇ  ଦିନ ଭିତରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଘନୀଭୂତ ହେଉଛି ଏପରି ସନ୍ଦେହ। ଗତ ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ପାଣିରୁ ମିଳିଥିବା ବେଳେ ଆଜି ଭୁବନେଶ୍ୱରରେ ଜଣେ କେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହକୁ କମିଶନରେଟ୍‌ ପୁଲିସ ଉଦ୍ଧାର କରିଛି। ତେବେ ମନସ୍ତତ୍ତ୍ୱବିତ୍ କହିଛନ୍ତି ଏହା ପଛରେ ଅସହାୟତା ଏକ କାରଣ ହୋଇପାରେ। କେନ୍ଦ୍ରୀୟ ଅବକାରୀ […]

author-image
Pradesh Pratyush
କର୍ମକ୍ଷେତ୍ରରେ ଚାପ ବଢ଼ାଉଛି କି ଆତ୍ମହତ୍ୟା ପ୍ରବଣତା ?

suicide -1

ଭୁବନେଶ୍ୱର  : କର୍ମକ୍ଷେତ୍ରରେ ଚାପ ନେଉଛି କି ଜୀବନ? ଦୁଇ  ଦିନ ଭିତରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଘନୀଭୂତ ହେଉଛି ଏପରି ସନ୍ଦେହ। ଗତ ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ପାଣିରୁ ମିଳିଥିବା ବେଳେ ଆଜି ଭୁବନେଶ୍ୱରରେ ଜଣେ କେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହକୁ କମିଶନରେଟ୍‌ ପୁଲିସ ଉଦ୍ଧାର କରିଛି। ତେବେ ମନସ୍ତତ୍ତ୍ୱବିତ୍ କହିଛନ୍ତି ଏହା ପଛରେ ଅସହାୟତା ଏକ କାରଣ ହୋଇପାରେ।

Advertisment

publive-imageକେନ୍ଦ୍ରୀୟ ଅବକାରୀ ବିଭାଗ ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳ। ୬ ମାସ ପରେ ଅବସର ନେଇଥାନ୍ତେ। କିନ୍ତୁ ତା’ପୂର୍ବରୁ ବରମୁଣ୍ଡା ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେଲା। ଅର୍ଜୁନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? ଯଦି ଆତ୍ମହତ୍ୟା କରିଛନ୍ତି ତା ପଛରେ କଣ ହୋଇପାରେ କାରଣ? ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରିବାର ଲୋକଙ୍କ କହିବା କଥା ଅର୍ଜୁନଙ୍କ ମାନସିକ ଅବସ୍ଥା ଠିକ ନଥିଲା।

ଏପଟେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଲିଛି ତନାଘନା। ଶୁକ୍ରବାର ଅଫିସ ଯାଇ ଆଉ ଫେରିନଥିଲେ ଦେବନାରାୟଣ। ଶନିବାର ସତୀଗୁଡା ଡ୍ୟାମ୍‌ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଅଫିସ୍‌ରେ ଚାପ ପାଇଁ ହୁଏତ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି ଦେବନାରାୟଣଙ୍କ ପତ୍ନୀ ବନଜା ପଣ୍ଡା।

Advertisment

କର୍ମକ୍ଷେତ୍ରରେ ଚାପ ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ବଢୁଛି କି ଆତ୍ମହତ୍ୟା ପ୍ରବଣତା? ମନସ୍ତତ୍ତ୍ୱବିତଙ୍କ ମତରେ ବିଭିନ୍ନ କାରଣରୁ କର୍ମକ୍ଷେତ୍ରରେ ଅସହାୟତା ବଢ଼ୁଛି। ଏହା ଏକ ପ୍ରକାର ମାନସିକ ରୋଗ। ତେଣୁ ଏଭଳି ଘଟଣା ରୋକିବାକୁ ଚିକିତ୍ସା ସହ କାଉନ୍‌ସେଲିଂର ଆବଶ୍ୟକତା ରହିଛି।

Advertisment
Advertisment