/odishatv-khabar/media/post_attachments/uploadimage/library/16_9/16_9_0/lighting_1625344953.jpg)
lighting
ଅନୁଗୁଳ: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ଦୁଇ ଯୁବକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିବି ଟାଙ୍କି ହଟିଂରେ। ବର୍ଷା ହେବାରୁ ଦୁଇ ଜଣ ଯୁବକ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
Advertisment
ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଛି। ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ସିପିପି ଟାଙ୍କି ହଟିଂ ଦାଶରଥ ମୁର୍ମୁ (୩୦) ଓ ରାମ କିସ୍କୁ (୨୫) ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ। ତେବେ ହଠାତ୍ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି।
ନାଲକୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)