Advertisment

ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଗିରଫ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରମୋଦ ଦାସ ଏବଂ ଅରୂପ ପୃଷ୍ଟି। ଏହାକୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ୍‌ ଜବତ କରିଛି। ଗତ ମଙ୍ଗଳାବାର ରାତିରେ ରାମଚନ୍ଦ୍ରଙ୍କୁ କିଛି ଲୋକ ଘରୁ ଡାକି ନେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟାକାରୀମାନେ ରାମଚନ୍ଦ୍ରଙ୍କ ଦୁଇଟି […]

ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଗିରଫ

arrest

Advertisment

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରମୋଦ ଦାସ ଏବଂ ଅରୂପ ପୃଷ୍ଟି। ଏହାକୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

Advertisment

ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ୍‌ ଜବତ କରିଛି।

ଗତ ମଙ୍ଗଳାବାର ରାତିରେ ରାମଚନ୍ଦ୍ରଙ୍କୁ କିଛି ଲୋକ ଘରୁ ଡାକି ନେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟାକାରୀମାନେ ରାମଚନ୍ଦ୍ରଙ୍କ ଦୁଇଟି ହାତ ଓ ଗୋଡ଼ କାଟି ଦେଇଥିଲେ। ଏହି ହତ୍ୟା ପଛରେ ଶାସକ ଦଳ ବିଧାୟକ ତଥା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମନ୍ତ୍ରୀ ଏହାକୁ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ