/odishatv-khabar/media/post_attachments/uploadimage/library/16_9/16_9_0/two-anganwadi_1625300448.jpg)
two-anganwadi
ଚିତ୍ରକୁଣ୍ଡା: ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି।
Advertisment
ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କ ସେବା କରିବା ଲାଗି ୨ କର୍ମୀ ଅଣ୍ଟାରେ ନାଉତୁମ୍ବା ବାନ୍ଧି ନଦୀ ପାର ହୋଇ ସୁଆପାଲି ଓ ନେରୁଡ଼ି ଗାଁରେ ପହଞ୍ଚିଥାନ୍ତି।
ତେବେ ଦୁହେଁ ପ୍ରତିବର୍ଷ ବର୍ଷା ଋତୁରେ ଏପରି କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ଯାତ୍ରା କରି ନିଜର ଦାୟିତ୍ୱ ତୁଲାଇ ଥାଆନ୍ତି। ଜୀବନକୁ ବାଜି ଲଗାଇ ସେବା କରୁଥିବାରୁ ଦୁହିଁଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)