/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-4_1621268671.jpg)
BeFunky-collage
ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ। ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟୁଇଟ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟୁଇଟ୍ କରି ଅନୁରୋଧ କରିଥିଲେ ପ୍ରଦୀପ।
Sir, We never claimed that we approached you, it's the needy who approached us & we arranged the bed for him, attatched are the chats for your reference.Ur office is doing a great job & u can double check that we had helped him too.Have DM you his contact details. Jai hind , 🇮🇳 https://t.co/9atQhI3r4bpic.twitter.com/YUam9AsjNQ
— sonu sood (@SonuSood) May 17, 2021
Thank you so much for your kind words.Our team is always there 24/7 for our country.
Doesn't really matter who calls me when and where I will try my best to reach out to the needy.
Jai Hind 🇮🇳 https://t.co/gCLNJZMXyZ— sonu sood (@SonuSood) May 17, 2021
ଏହାର ଜବାବରେ ସୋନୁ ଟୁଇଟ୍ କରି ଅଶ୍ୱାସନା ଦେଇଥିଲେ ଯେ ଯେ ବ୍ୟସ୍ତ ହେବା ଦରକାର ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ ବ୍ୟବସ୍ଥା ହୋଇଯାଇଛି। ହେଲେ ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଟୁଇଟ କରି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ ଯେ ସୋନୁ ସୁଦଙ୍କ ଠାରୁ କୌଣସି ଯୋଗାଯୋଗ ତାଙ୍କ ନିକଟକୁ ହୋଇନାହିଁ।
Our intention was not to criticise your system. We have our own TEAM GANJAM to ensure bed availability for patient which work 24*7. Still it’s our duty to investigate if any issues about bed availability. That’s why we cleared the facts. You and your Organization doing great job. https://t.co/nBvIvZR7lM
— Collector & District Magistrate, Ganjam (@Ganjam_Admin) May 17, 2021
ଏଥି ସହିତ କୌଣସି ବେଡ୍ ଇସ୍ୟୁ ନାହିଁ ବୋଲି ଟୁଇଟ କରିବା ସହ ରୋଗୀ ଜଣକ ହୋମ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପରେ ପୁଣି ସୋନୁ ସୁଦ ଟୁଇଟ କରି କହିଥିଲେ ସମ୍ପୃକ୍ତ ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିଥିବାରୁ ଆମେ ତାଙ୍କୁ ସାହାଯ୍ୟ କରିଥିଲୁ। ରେଫରେନ୍ସ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟକୁ ମଧ୍ୟ ତାଙ୍କ ଟୁଇଟରେ ପ୍ରମାଣ ଆକାରରେ ଦର୍ଶାଇଥିଲେ ସୋନୁ।
ଏହା ପରେ କାହା କଥା ଠିକ୍, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ୟୁ ଟର୍ଣ୍ଣ କରି ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟୁଇଟ କରିଥିଲେ ସୋନୁ ସୁଦଙ୍କ ଉଦ୍ଦେଶ୍ୟରେ। ଲେଖିଥିଲେ ତାଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିଲା। ଏଥି ସହିତ ସୋନୁଙ୍କୁ ପ୍ରସଂଶା ମଧ୍ୟ କରିଥିଲେ। ତେବେ ପ୍ରଥମେ ସୋନୁଙ୍କ ଦାବିକୁ ଅଗ୍ରାହ୍ୟ କରିବା ଏବଂ ପରେ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)