/odishatv-khabar/media/post_attachments/uploadimage/library/16_9/16_9_0/murder-1_1626687467.jpg)
murder
ବାଲୁଗାଁ : ଖୋର୍ଦ୍ଧା ବାଲୁଗାଁ ଥାନା ଗଙ୍ଗନଗର କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ। ପ୍ରେମ ପାଇଁ ନୁହେଁ ପାରିବାରିକ କଳହକୁ ନେଇ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଉଜ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ।
Advertisment
ହତ୍ୟାକାଣ୍ଡରେ ସଂପୃକ୍ତ ଛାତ୍ରୀଙ୍କ ଭାଉଜ କାବେରୀ ବେହେରାଙ୍କୁ ପୁଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ପ୍ରତିଶୋଧପରାୟଣ ହୋଇ ଭାଉଜ ତାଙ୍କୁ ହତ୍ୟା କରିଛନ୍ତି। ଛୁରିରେ ନଣନ୍ଦର ବେକକୁ କାଟି ହତ୍ୟା କରିଛନ୍ତି ଅଭିଯୁକ୍ତ ଭାଉଜ । ୧୩ ତାରିଖ ରାତିରେ ଦୁହିଁଙ୍କ ମଧ୍ୟରେ ବଚସାରୁ ଭାଉଜ ହତ୍ୟାକାଣ୍ଡ ଭିଆଇ ଥିବା ପୁଲିସ କହିଛି । ତେବେ ହତ୍ୟାକାଣ୍ଡକୁ ଭାଉଜ ପ୍ରେମର ରଙ୍ଗ ଦେଇ ଜଣେ ଯୁବକ ହତ୍ୟା କରିଥିବା କୁହାଯାଇଥିଲା । ସଂପୃକ୍ତ ଛାତ୍ରୀଙ୍କ ମାଆ ଗାଁର ଯୁବକଙ୍କ ନାଁରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବିଭୁ ବେହେରାକୁ ଅଟକ ରଖିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)