Advertisment

ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ବାଜିମାତ କଲା ବିଜେଡି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନକୁ ହାତେଇ ନେଇଛି ବିଜେଡି। ତିର୍ତ୍ତୋଲରେ ନିଜ ଗଡ଼ ବଜାୟ ରଖିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କ ଠାରୁ ୪୧,୭୦୩ ଅଧିକ ଭୋଟ୍ ପାଇଁ ନିର୍ବାଚନ ଜିତିଛନ୍ତି। ସେହିଭଳି ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଛି […]

author-image
Abinash Pati
ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ

bjd

ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ବାଜିମାତ କଲା ବିଜେଡି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନକୁ ହାତେଇ ନେଇଛି ବିଜେଡି। ତିର୍ତ୍ତୋଲରେ ନିଜ ଗଡ଼ ବଜାୟ ରଖିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କ ଠାରୁ ୪୧,୭୦୩ ଅଧିକ ଭୋଟ୍ ପାଇଁ ନିର୍ବାଚନ ଜିତିଛନ୍ତି।

Advertisment

ସେହିଭଳି ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଛି ବିଜେଡି। ଅନ୍ତଃ କନ୍ଦଳ ସତ୍ତ୍ୱେ ଦଳରେ ଶାଣିତ ସମର ସଜ୍ଜା ଫଳରେ ବିଜୟୀ ହୋଇଛନ୍ତି ପ୍ରାର୍ଥୀ ସ୍ୱରୂପ ଦାସ। ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ ମାନସ ଦତ୍ତଙ୍କ ଠାରୁ ୧୩,୩୫୧ ଭୋଟ ଅଧିକ ପାଇ ଭୋଟରଙ୍କ ଆସ୍ଥା ଜିତିଛନ୍ତି। ନିର୍ବାଚନ କମିଶନ ଫଳାଫଳ ସମ୍ପର୍କରେ ବିଦ୍ଧିବଦ୍ଧ ଘୋଷଣା ପରେ ବିଜେଡି ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ସେଲିବ୍ରେସନ୍ ଚାଲିଛି।

ବିଜୟ ପରେ କ’ଣ କହିଲେ ବିଜୟୀ ପ୍ରାର୍ଥୀ ?

ବାଲେଶ୍ୱର ସଦର ଉପନିର୍ବାଚନ ଜିତିବା ପରେ ବିଜେଡି ପ୍ରାର୍ଥୀ କ୍ୱରୂପ ଦାସ କହିଛନ୍ତି, ପ୍ରତ୍ୟେକ ଭୋଟ୍ ଆମ ପାଇଁ ଆଶୀର୍ବାଦ। ମାର୍ଜିନ୍‌ ଆମ୍‌ ପାଇଁ ମିନ୍‌ କରେ ନାହିଁ ଲୋକଙ୍କ ସମର୍ଥନ ମିନ୍‌ କରେ। ବିଗତ ଦିନର ଯେଉଁ ସବ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିଲା ସେସବୁ ତ୍ୱାରାନ୍ନିତ କରାଯିବ ବୋଲି ସ୍ୱରୂପ ଦାସ କହିଛନ୍ତି। ସେହିପରି ତିର୍ତ୍ତୋଲ ଆସନ ଜିତିବା ପରେ ବିଜେଡି ପ୍ରାର୍ଥି ବିଜୟ ଶଙ୍କର ଦାସ କହିଛନ୍ତି ବିଜୟର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ  ଓ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଦେବି।

Advertisment
Advertisment
Advertisment