Advertisment

ଡେରାଡୁନ IMA ରେ ଚମକିବ ଓଡ଼ିଆ ପୁଅଙ୍କ କଳାକୃତି

ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ…

author-image
Minati Mishra
ଡେରାଡୁନ IMA ରେ ଚମକିବ ଓଡ଼ିଆ ପୁଅଙ୍କ କଳାକୃତି

odia artist

ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ ଜୀବନ୍ତ କରିଛନ୍ତି ବୀର ଯବାନଙ୍କ ସାହସିକତା। ରାଜକନିକା ବ୍ଲକ ବ୍ରାହ୍ମଣସାହିର ତ୍ରିଲୋଚନ ବେହେରା ଓ ତାଙ୍କ ସହଯୋଗୀ  ଏହି କଳାକୃତୀ ଡେରାଡୁନ ସ୍ଥିତ ଆଇଏମ୍ଏରେ ସ୍ଥାନ ପାଇବ।

Advertisment

ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣରେ ସଉକ ରଖିଥିଲେ ତ୍ରିଲୋଚନ । ଭାରତୀୟ ସେନାଠାରୁ ଏକ ବଡ଼ କଣ୍ରାକ୍ଟ ପାଇବା ପରେ ଜୋରସୋରରେ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି । ପାଳରେ ସୁତା ଭିଡ଼ାହେବା  ପରେ ସେଥିରେ ମାଟି ଲେପନ ଓ ପରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଦେଇ ନିର୍ମାଣ ଚାଲିଛି ମୂର୍ତ୍ତି । ଓଡ଼ିଆ କାରିଗର ତ୍ରିଲୋଚନ ବେହେରାଙ୍କୁ INDIAN MILITARY ACADEMY ବା ଆଇଏମଏ ତରଫରୁ ମିଳଛି ମୂର୍ତ୍ତି ନିର୍ମାଣ କରିବାର କଣ୍ଟ୍ରାକ୍ଟ୍ । ଭାରତୀୟ ସେନାରେ ବୀରତ୍ୱ ପ୍ରଦର୍ଶନ କରୁଥିବା ବୀରଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି ସେ ।

ଭାରତୀୟ ସେନାର ବୀର ଯବାନଙ୍କ ମୂର୍ତ୍ତିକୁ ନିଜର ସ୍ପର୍ଶ ଦେବା ଲାଗି ସୁଯୋଗ ମିଳିଥିବାରୁ ତ୍ରିଲୋଚନ ବି ବେଶ ଖୁସି। ଏବେ ଟିଣ ଛପର ସେଡ୍ ଭିତରେ ଗଢ଼ା ଚାଲିଛି ମୂର୍ତ୍ତି ର୍ନିମାଣ କାମ । ଭଗବାନ ବିଷ୍ଣୁ , ବରାହ, ପର୍ଶୁରାମଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ଚାଣକ୍ୟ ଓ ଦ୍ରୋଣାଚାର୍ଯ୍ୟଙ୍କ ମୂର୍ତ୍ତି ନର୍ମାଣ ସରିଛି । ୧୫ ବର୍ଷ ହେବ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ତ୍ରିଲୋଚନ ନିଜର କଳାକୁ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇପାରିଥିବା ଯୋଗୁଁ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି।

Advertisment
Advertisment
Advertisment