/odishatv-khabar/media/post_attachments/uploadimage/library/16_9/16_9_0/wintrs_1626688910.jpg)
wintrs
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶ ମେଘାଚ୍ଛନ ରହିବା ସାଙ୍ଗକୁ ପାଗ କୋହଲା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଫସଲ ନଷ୍ଟ ହେବାକୁ ବସୁଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଆଜି ଝିପିଝିପି ବର୍ଷାରେ ଭିଜିଛି।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କନ୍ଧମାଳ, କଟକ, ଖୋର୍ଦ୍ଧା, ଅନୁଗୋଳ, ମୟୂରଭଞ୍ଜ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବର୍ଷା ହୋଇଛି। ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କୋରାପୁଟ, ନୂଆପଡ଼ା, ମାଲକାନଗିରି ଏବଂ ସୁବର୍ଣ୍ଣପୁର।
ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଆକାଶ ମେଘାଚ୍ଛନ ରହିଛି। ଆସନ୍ତା ଦୁଇ ଦିନ ପରେ ପାଗରେ ସୁଧାର ଆସିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।
ଗତକାଲି ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର, ଝାରସୁଗୁଡାରେ ୧୮.୯, ବଲାଙ୍ଗିରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ଭାବନା ଥିବା ଅଞ୍ଚଳରେ ଧାନ ଅମଳ କରିନଥିବା ଚାଷୀମାନେ ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)