Advertisment

Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି। ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି […]

Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

puri rath yatra 2020

Advertisment

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି।

Advertisment

ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ୱାର ସମ୍ମୁଖକୁ ରଥ ଟଣାଯାଇଥାଏ। ତେବେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତା ପୂର୍ବରୁ ଆଜି ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କହିଛି।

ତେବେ ରାଜ୍ୟ ସରକାର ବିନା ଭକ୍ତରେ ରଥଯାତ୍ରା କରିବା ସହ ଏଥିପାଇଁ ସରକାର ନିଜ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି। ରଥଯାତ୍ରା ପାଇଁ ସରକାର ନିଜ ପକ୍ଷରୁ ଚେଷ୍ଟା କରନ୍ତୁ କମିଟି ଅନୁରୋଧ କରିଛି। ଛତିଶା ନିଯୋଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ।

Advertisment

ରଥଯାତ୍ରାର କୌଣସି ବିକଳ୍ପ ନାହିଁ, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କମିଟିର ସଦସ୍ୟ କହିଛନ୍ତି।ଏପରିକି ଅର୍ଡିନାନ୍ସ ଆଣି ରାଜ୍ୟ ସରକାର ରଥଯାତ୍ରା କରିପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ସଦସ୍ୟମାନେ କହିଛନ୍ତି।

ସେହିପରି ରଥଯାତ୍ରାକୁ ନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି ଯେ ଧର୍ମୀୟ ନୀତି, ଶାସ୍ତ୍ରୀୟ ମତ ଅନୁସାରେ ରଥଯାତ୍ରା ହେଉ, ସମସ୍ତ କୋଭିଡ କଟକଣା ମାନି ରଥଯାତ୍ରାକୁ ଅନୁମତି ଦିଆଯାଉ, ପରମ୍ପରା ବିରୋଧୀ କାର୍ଯ୍ୟରେ ଦଇତାପତି ନିଯୋଗର ସହମତି ରହିବନି ବୋଲି ସେ କହିଛନ୍ତି।

Advertisment

ପ୍ରକାଶଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ଆୟୋଜନ ନେଇ ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି। VC ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି। ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020 Puri Rath Yatra 2020 News In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ