Advertisment

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍

ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।  ଏଥିପାଇଁ ୩ ହଜାର […]

author-image
Biswobandita Swain
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍

election

ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ।

Advertisment

ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।  ଏଥିପାଇଁ ୩ ହଜାର ୫୦୦ ପୋଲିଂ କର୍ମଚାରୀ ଓ ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଛାସେବୀ ନିଯୁକ୍ତ ହୋଇଛନ୍ତି। ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ କର୍ମଚାରୀଙ୍କୁ ହିଁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ବୁଥ୍‌ଗୁଡ଼ିକୁ ସାନିଟାଇଜ କରାଯାଇଛି। ଆଜି ବି ବୁଥ୍‌କୁ ବାରମ୍ବାର ସାନିଟାଇଜ୍ କରାଯିବ।  ପୁଲିଂ ଅଫିସର୍‌ଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି। ଡାହାଣ ହାତରେ ଗ୍ଲୋବସ୍ ପିନ୍ଧି ମତଦାତା ଭୋଟ୍ ଦେବେ। ସାମାଜିକ ଦୂରତା ବଜାୟ ରଖି ଭୋଟରମାନେ ଲାଇନ୍‌ରେ ସର୍କଲ ଭିତରେ ରହିବେ। ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ ତାଙ୍କୁ ଟୋକନ୍ ଦିଆଯିବ। ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସଂଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ଦେଇପାରିବ॥

କେହି ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବି ଏହି ସମୟରେ ଭୋଟ୍ ଦେଇପାରିବେ। ବାଲେଶ୍ୱର ମୁନ୍‌ସିପାଲଟିର ୩୧ଟି ଓ୍ୱାର୍ଡ ଓ ସଦରର ୨୬ ପଞ୍ଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ। ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବ। ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ୍ ବୁଥ୍ ରହିଛି ଉଭୟ ଆସନ ପାଇଁ ମୋଟ୍  ୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ, ୬ କମ୍ପାନି ସିଏପିଏଫ୍ ଓ ୨୫୦ ପୋଲିସ୍ ଅଫିସର ନିଯୁକ୍ତି କରାଯାଇଛି। ଏହାବାଦ୍ ବୁଥ୍‌ଡ଼ିକରେ ସିସିଟିଭି ଓ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି।

Advertisment
Advertisment
Advertisment