Advertisment

ବିଭିନ୍ନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ମନୋଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ବିଏସ୍‌ଏନଏଲ୍‌ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ ଫୁଟ ଓଭର ବ୍ରିଜ୍‌ ଓ ଏସ୍କାଲେଟରକୁ ଲୋକାର୍ପଣ କରାଯିବ। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଫୁଲବାଣୀ ଓ […]

ବିଭିନ୍ନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ମନୋଜ

bjp

Advertisment

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ବିଏସ୍‌ଏନଏଲ୍‌ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ ଫୁଟ ଓଭର ବ୍ରିଜ୍‌ ଓ ଏସ୍କାଲେଟରକୁ ଲୋକାର୍ପଣ କରାଯିବ।

Advertisment

ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଫୁଲବାଣୀ ଓ ଗୋପାଳପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଅପରାହ୍ନ ୪ଟାରେ ପୁରୀ ପେଣ୍ଠକଟାରେ ମତ୍ସଜୀବୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ମନୋଜ ସିହ୍ନା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଇଷ୍ଟକୋଷ୍ଟ ରେଲୱେ ଅନ୍ତର୍ଗତ ୱାଲଟିୟର ଡିଭିଜନ ବିଭାଜନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଥିଲେ। ଓଡ଼ିଶାର ଏକ ଇଞ୍ଚ୍‌ ବି ରେଳ ଲାଇନ ଅନ୍ୟ ଡିଭିଜନକୁ ଦିଆଯାଇନାହିଁ ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ