Advertisment

ସୁନାବେଶ 2020: ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ:ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ତେବେ କରୋନା ସ୍ଥିତିକୁ ନେଇ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ଦେଖିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏବେ ସିଂହଦ୍ୱାରରେ ରହିଛି ତିନି ରଥ। ଅନ୍ୟପକ୍ଷେ  ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ […]

author-image
Minati Mishra
ସୁନାବେଶ 2020: ଆଜି ଶ୍ରୀଜିଉଙ୍କ ସୁନାବେଶ

suna besha 2020

ପୁରୀ:ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ତେବେ କରୋନା ସ୍ଥିତିକୁ ନେଇ ପୁରୀକୁ ଯାଇ ଦର୍ଶନ କରିପାରିବେନି ଭକ୍ତ ।ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା ବେଶ ଦେଖିବେ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏବେ ସିଂହଦ୍ୱାରରେ ରହିଛି ତିନି ରଥ।

Advertisment

ଅନ୍ୟପକ୍ଷେ  ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଦିନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ପୁଣି ବଳବତ୍ତର ରହିବ।

ତେବେ ଠାକୁର ରଥ ଉପରେ ଥିବାରୁ ଭକ୍ତ ସମାଗମର ସମ୍ଭାବନା ଥିବାରୁ ଆଜି ଦିନତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ ରହିବ। ତେଣୁ ଦିନ ତମାମ ମାର୍କେଟ୍ ଛକରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Suna Besha 2020 Lord Jagannath Suna Besha
Advertisment
Advertisment