Advertisment

ଆଜି ପ୍ରଥମାଷ୍ଟମୀ ; ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଚାଲିଛି ପୂଜାର୍ଚ୍ଚନା

ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପ୍ରତିଟି ଓଡ଼ିଆ ଘରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଆଜି ଚାଲିଛି ପୂଜାର୍ଚ୍ଚନା। ଘରର ବଡ଼ ପୁଅ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିବାର ପରମ୍ପରା ରହିଛି। ତାସହ ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା ଖାଇବାର ପରମ୍ପରା ବି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର । ଘରେ ଘରେ ପିଠାମିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ […]

author-image
Pradesh Pratyush
ଆଜି ପ୍ରଥମାଷ୍ଟମୀ ;  ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଚାଲିଛି ପୂଜାର୍ଚ୍ଚନା

ashtami

ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପ୍ରତିଟି ଓଡ଼ିଆ ଘରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଆଜି ଚାଲିଛି ପୂଜାର୍ଚ୍ଚନା। ଘରର ବଡ଼ ପୁଅ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିବାର ପରମ୍ପରା ରହିଛି। ତାସହ ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା ଖାଇବାର ପରମ୍ପରା ବି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର । ଘରେ ଘରେ ପିଠାମିଠା ପ୍ରସ୍ତୁତି ଚାଲିଛି।

Advertisment

publive-imageଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ ବଳଭଦ୍ର।  ଏଥିପାଇଁ ଗତକାଲି ନିଆଳି ପ୍ରାଚୀ ନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯାଇଛି।

ବିଶ୍ୱାସ ରହିଛି ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମାମୁଘର । ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ପୋଢୁଆଁ ଭାର ଯାଉଥିଲା ।ଏଇ ପରମ୍ପରାକୁ ପୁନର୍ଜୀବିତ ରଖିବା ଉଦ୍ଦେଶ୍ୟରେ ମାଧବ ମନ୍ଦିର ଟ୍ରଷ୍ଟ, ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ  ବଳଭଦ୍ରଙ୍କୁ ପୋଢୁଆଁ କରିବାକୁ ୭ ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା, ଫଳମୂଳ  ଭାର ଧରି ଏକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଆସିଥିଲେ।

Advertisment
Advertisment
Advertisment