Advertisment

ଆଜି ଓଟିଭି ପକ୍ଷରୁ ରସଗୋଲା ମହୋତ୍ସବର ଆୟୋଜନ

କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ-୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ । ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ । ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର […]

author-image
Pradesh Pratyush
ଆଜି ଓଟିଭି ପକ୍ଷରୁ ରସଗୋଲା ମହୋତ୍ସବର ଆୟୋଜନ

ras

କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ-୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ । ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ ।

Advertisment

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ । ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ର ଛେନାପୋଡ଼, ଟାଙ୍ଗିର ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ସାମଗ୍ରୀର ପସରା ମେଲିବ।

ଏହା ସାଙ୍ଗକୁ ମିଠା ମିଠା ସଙ୍ଗୀତର ଆସର ବି ଜମିବ । ଯାହାର ଭରପୁର ମଜା ନେଇପାରିବେ ସାଧାରଣ ଦର୍ଶକ ।

Advertisment
Advertisment
Advertisment