/odishatv-khabar/media/post_attachments/uploadimage/library/16_9/16_9_0/naveen_1626340659.jpg)
naveen
ବ୍ରହ୍ମପୁର: ଗଞ୍ଜାମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ରୋଡ୍ ଶୋ’ କରିବେ। ବ୍ରହ୍ମପୁର ଲୋକସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଗଞ୍ଜାମରେ ଦୀର୍ଘ ୬୦ କିଲୋମିଟର ରାସ୍ତାରେ ରାଲି କରିବେ ମୁଖ୍ୟମନ୍ତ୍ରୀ।
ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ବିଧାନସଭା ନିର୍ବାଚନୀମଣ୍ଡଳୀରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ।
ଅପରାହ୍ଣ ୩ଟା ୫ମିନିଟରେ ଭୁବନେଶ୍ୱରରୁ ବିମାନ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୩ଟା ୫୦ରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିସିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ବ୍ରହ୍ମପୁରର ବିଆରଏମ୍ସି ଛକରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’।
ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଗୁଡସେଡ ରୋଡ, ପଥଗଡ଼ା ଛକ, ଆମ୍ବ ମାର୍କେଟ, ହରିଡାଖଣ୍ଡି, ଶ୍ରୀରାମନଗର, ତୁଳସୀନଗର, ଗେଟ୍ବଜାର, ବାବାଜୀ ତୋଟାସାହି, ପାଣିଟାଙ୍କି, ଟାଟାବେଞ୍ଜ, କମାପଲି, କୋର୍ଟପେଟା, ଗଜପତି ନଗର, ଇଂଜିନିରୟିଂ ସ୍କୁଲ ଦେଇ ଆମ୍ବପୁଆ ଛକ ପର୍ଯ୍ୟନ୍ତ ଯିବ। ଏହାପରେ ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଛତ୍ରପୁରରୁ ଗଞ୍ଜାମ ଦେଇ ରମ୍ଭା ପର୍ଯ୍ୟନ୍ତ ରୋଡ୍ ଶୋ’ କରାଯିବାର କାର୍ଯ୍ୟକ୍ରମ ରହିଛି। ରାତି ୮ଟା ୪୦ରେ ରମ୍ଭାରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)