Advertisment

ଆଜି ମହାଶିବରାତ୍ରୀ: ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, କପିଳାସ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସକାଳେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପ୍ରାୟ ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ଶେଷ ହୋଇଛି। ବର୍ତ୍ତମାନ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଜାରି ରହିଛି। ଆଜି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ […]

ଆଜି ମହାଶିବରାତ୍ରୀ: ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

siba

Advertisment

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବାଳୟ ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, କପିଳାସ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି।

Advertisment

ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସକାଳେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପ୍ରାୟ ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ଶେଷ ହୋଇଛି। ବର୍ତ୍ତମାନ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଜାରି ରହିଛି। ଆଜି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୨ସିଫ୍ଟରେ ୩୦ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ସେହିପରି ପୁରୀ ଲୋକନାଥଙ୍କ ପୀଠରେ ଜାଗର ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଭୋର ୪ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।temple

Advertisment

ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କେତକୀ ଫୁଲରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଭୋଳାନାଥ। ରାତି ଗୋଟାଏରେ ମହାଦେବଙ୍କ ମହାଦୀପ ଉଠିବ।  ଭିଡ଼କୁ ଦୃଷ୍ଟିରେ ରଖି ଝୁଲାପୋଲଠୁ ମନ୍ଦିର ବେଢ଼ା ନଦୀଘାଟ ପର୍ଯ୍ୟନ୍ତ ସିସିଟିଭି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଜାଗର ପାଇଁ ଢେଙ୍କାନାଳର କପିଳାସ ପୀଠ ବି ଚଳଚଞ୍ଚଳ ହୋଇଛି। ଏଠାରେ ଦିନ ତମାମ ଚନ୍ଦ୍ରଶେଖର ଜୀଉଙ୍କର ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ। ସଂଧ୍ୟାରେ ହରିହର ଭେଟ ନୀତି ଅନୁଷ୍ଠିତ ହେବ। ଏଠାରେ ଭୋର୍ ୪ଟାରେ ମହାଦୀପ ଉଠିବ ।dkl

Advertisment

ମହାଶିବରାତ୍ରୀ ଅବସରରେ ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ମଧ୍ୟ ପ୍ରବଳ ଜନସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ପଞ୍ଚ ଲିଙ୍ଗେଶ୍ୱରରଙ୍କୁ ଦର୍ଶନ କରୁଛନ୍ତି।  ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବ। ଏଠାରେ ବି ଆଜି ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

ଶିବରାତ୍ରୀ ପାଇଁ ରାୟଗଡ଼ା ଜିଲ୍ଲା ପାତାଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି।  ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ