Advertisment

କାର୍ତ୍ତିକ ମାସର ଶେଷ ଦିନ ; ଅାଜି ସରୁଛି ହବିଷ୍ୟାଳିଙ୍କ ବ୍ରତ

ପୁରୀ : ଅାଜି କାର୍ତ୍ତିକ ମାସର ଶେଷ ଦିନ। ଶେଷ ହେଉଛି ହବିଷ୍ୟାଳିଙ୍କ ବ୍ରତ। ଅନେକ ହବିଷ୍ୟାଳି ପୁରୀରେ ମାସ ଯାକ ରହି ବ୍ରତ ପାଳନ କରୁଥିଲେ। ଅାଜି ସେମାନେ ବ୍ରତ ସାରି ଘରକୁ ବାହୁଡ଼ି ଯିବେ। କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ଶ୍ରୀଜିଉଙ୍କ ଅପୂର୍ବ ରାଜରାଜେଶ୍ୱର ବେଶ ଦର୍ଶନ କରିବାର ସୁଯୋଗ ମିଳିଛି। ଠିକ୍ ସମୟରେ ରୀତିନୀତି ସଂପନ୍ନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ବିଳମ୍ବିତ ରାତିରୁ ଦ୍ୱାରଫିଟା ହୋଇଛି।   ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା […]

author-image
Pradesh Pratyush
କାର୍ତ୍ତିକ ମାସର ଶେଷ ଦିନ ; ଅାଜି ସରୁଛି ହବିଷ୍ୟାଳିଙ୍କ ବ୍ରତ

hbisyali 2

ପୁରୀ : ଅାଜି କାର୍ତ୍ତିକ ମାସର ଶେଷ ଦିନ। ଶେଷ ହେଉଛି ହବିଷ୍ୟାଳିଙ୍କ ବ୍ରତ। ଅନେକ ହବିଷ୍ୟାଳି ପୁରୀରେ ମାସ ଯାକ ରହି ବ୍ରତ ପାଳନ କରୁଥିଲେ। ଅାଜି ସେମାନେ ବ୍ରତ ସାରି ଘରକୁ ବାହୁଡ଼ି ଯିବେ। କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କୁ ଶ୍ରୀଜିଉଙ୍କ ଅପୂର୍ବ ରାଜରାଜେଶ୍ୱର ବେଶ ଦର୍ଶନ କରିବାର ସୁଯୋଗ ମିଳିଛି।

Advertisment

publive-imageଠିକ୍ ସମୟରେ ରୀତିନୀତି ସଂପନ୍ନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ବିଳମ୍ବିତ ରାତିରୁ ଦ୍ୱାରଫିଟା ହୋଇଛି।   ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାରିକେଡ୍‌କୁ ସମ୍ପ୍ରସାରିତ କରାଯିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ଏକମୁଖୀ ପ୍ରବେଶ ପଥ କରାଯାଇଛି।

ଲୋକେ ସିଂହଦ୍ୱାରରୁ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ, ୫ ଶହ ହୋମଗାର୍ଡ, ୧୦୦ ଜଣ ଅଫିସର୍‌ଙ୍କ ସମେତ ୧୧ ଜଣ ଅତିରିକ୍ତ ଏସ୍‌ପି ଦାୟିତ୍ୱରେ ଅଛନ୍ତି।

Advertisment
Advertisment
Advertisment