ctc
କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୩ଟି ପରୀକ୍ଷା କେନ୍ଦ୍ରର ପରୀକ୍ଷା ବାତିଲ୍ ହୋଇଥିଲା। ଏହି ୩ଟି କେନ୍ଦ୍ରର ପରୀକ୍ଷା କେବେ ହେବ ଏନେଇ ଆଜି କଟକ ବୋର୍ଡ ଅଫିସ ପରିସରରେ ବସିବାକୁ ଥିବା ଏକ୍ଜାମିନେସନ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ଏହାପରେ ତାରିଖ ଧାର୍ଯ୍ୟ କରାଯିବ।
ସୋମବାର ଓଡ଼ିଶା ଅଭିଭାବକ ମହାସଂଘ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ୩ଟି ପରୀକ୍ଷା କେନ୍ଦ୍ରରେ ଯଥା ଶୀଘ୍ର ପରୀକ୍ଷା କରାଯାଇ ସେମାନଙ୍କର ପରୀକ୍ଷା ଫଳ ଏକାସଙ୍ଗେ ଅନ୍ୟ ପରୀକ୍ଷାର୍ଥୀଙ୍କ ସହ ବାହାର କରିବା ପାଇଁ ଅଭିଭାବକ ମହାସଂଘ ଦାବି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ctc-123-1_1626757753.jpg)