students
କଟକ: ଆଜି ସରୁଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏହା ପୂର୍ବରୁ ହୋଇଥିବା ବିଜ୍ଞାନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା। ତେବେ ବିଜ୍ଞାନ ଓ ସଂସ୍କୃତକୁ ଛାଡ଼ି ଦେଲେ ବାକି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ଆରମ୍ଭ ଦିନଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା।
ମାଲକାନଗିରି ଜିଲ୍ଲା ପଡ଼ିଆର ଏସ୍ଏସ୍ଡି ହାଇସ୍କୁଲରେ ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍ଆର୍ ଶିଟ୍ ଗାଏବ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଓଏମ୍ଆର ଶିଟ୍ ଉଦ୍ଧାର କରାଯାଇନାହିଁ। ଏହି ଘଟଣାରେ ୨ ଜଣ ଶିକ୍ଷକଙ୍କ ସହ ଜଣେ ପିଅନ ଗିରଫ ହୋଇଛନ୍ତି।
ସେହିପରି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଅନିୟମିତତାରେ ସାମିଲ କିଛି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/students-123_1626757269.jpg)